ଖୁସ୍ବୁ ସୁନ୍ଦର ଜାତୀୟ ମହିଳା ଆୟୋଗ ସଦସ୍ୟ ନିଯୁକ୍ତ

ଅଭିନେତ୍ରୀ ଖୁସ୍ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଖୁସ୍ବୁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା। ସେ ହିନ୍ଦୀ ଚଳଚ୍ଚିତ୍ର 'ଦି ବର୍ନିଂ ଟ୍ରେନ' (୧୯୮୦) ରେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଏଥିସହ ଶିଶୁ କଳାକାର ଭାବରେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ। ଏପରିକି ତେଲୁଗୁ, କନ୍ନଡ, ମାଲାୟାଲମ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଖୁସ୍ବୁଙ୍କ ନିଯୁକ୍ତିର ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଶେୟାର କରି ଲେଖିଛନ୍ତି, ଦାୟିତ୍ୱ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି।
Powered by Froala Editor