ପିଲାକୁ ବଞ୍ଚାଇବାକୁ ବାରହା ସହ ଅଧଘଣ୍ଟା ଲଢ଼ିଲା ମା’

୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ଛତିଶଗଡ଼ର କୋର୍ବା ଜିଲ୍ଲାରେ ଜଣେ ମହିଳା ବାରହା ସହିତ ଲଢ଼େଇ କରି ପ୍ରାଣ ହରାଇଛନ୍ତି। ବାରହା ସହିତ ମୁକାବିଲା କରି ସାଙ୍ଘାତିକ ଆହତ ହୋଇଥିବା ମହିଳାଜଣ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ତାଙ୍କ ଝିଅଟି କିନ୍ତୁ, ଅକ୍ଷତ ଅଛି ବୋଲି ସେମାନେ କହିଛନ୍ତି।
ମୃତକ ମହିଳା ଜଣକ ହେଲେ ଦୁଭାସି ବାଇ। ତାଙ୍କ ଝିଅର ନାମ ରିଙ୍କି। ଉଭୟ ମା ଓ ଝିଅ କ୍ଷେତରେ କାମ କରିବାକୁ ପାଖ ଅଞ୍ଚଳକୁ ଯାଇଥିଲେ। ସେଠାରେ ଏକ ବାରହା ଝିଅ ରିଙ୍କି ଉପରେ ଆକ୍ରମଣ କରିଥିଲା। ଏହା ଦେଖି ରିଙ୍କି ମା ଦଉଡ଼ି ଯାଇ ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ବାରହା ସହ ଖୁବ୍ ସଂଘର୍ଷ କରିଥିଲେ। ପ୍ରାୟ ୩୦ ମିନିଟ୍ ଧରି ରିଙ୍କିର ମା ବାରହା ସହ ସାହସିକତାର ସହ ଲଢ଼ିଥିଲେ। ଆଉ ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା। ଝିଅଟିର କୌଣସି କ୍ଷତି ହୋଇ ନ ଥିବା କଥା ପୁଲିସ ଅଧିକାରୀଜଣକ କହିଛନ୍ତି।
ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ବନ୍ୟ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁବଶିୟାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତ୍ବରିତ ଅନୁକମ୍ପାମୂଳକ ସହାୟତା ଭାବେ ପୀଡ଼ିତାଙ୍କ ପରିବାରକୁ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଛି।
Powered by Froala Editor