ପୁଅ ସହ ଫଟୋ ସେୟାର କଲେ ଅଜୟ, ଲେଖିଲେ ଏମିତି କ୍ୟାପସନ ଯାହା ହୃଦୟ ଜିଣିବ
ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିର ସିଂଘମ ତଥା ଅଜୟ ଦେବଗନ ପୁଅ ୟୁଗଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯାହା ଭାଇରାଲ ହେଉଛି। ଫଟୋରେ ଦେଖିବାକୁ ମିଳେ ଯେ, ବାଲକୋନୀରେ ୟୁଗ ପିତା ଅଜୟଙ୍କ ସହ ଲଢୁଛନ୍ତି ଏବଂ ଦୁହେଁ ପରସ୍ପରର ଆଖିରେ ଚାହିଁ ରହିଛନ୍ତି। ଏହି ଫଟୋ ପୋଷ୍ଟ କରି ଅଜୟ କହିଛନ୍ତି, ଯାହା ମାଧ୍ୟମରେ ସେ ଜଣେ ପିତାଙ୍କ ଅର୍ଥ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଏକମାତ୍ର ଯୁଦ୍ଧ ଯାହା ପିତା ପ୍ରତ୍ୟେକ ଥର ହାରିବାକୁ ଚାହାଁନ୍ତି।
ଅଜୟ ଦେବଗନ ଜଣେ ଭଲ ଫ୍ୟାମିଲିମ୍ୟାନ୍ । ସେ ପ୍ରାୟତଃ ସ୍ତ୍ରୀ କାଜଲ, ଝିଅ ନ୍ୟାସା ଏବଂ ପୁଅ ୟୁଗଙ୍କ ସହ ପୋଷ୍ଟ ଶେୟାର କରନ୍ତି। ଅଜୟଙ୍କୁ ଶେଷ ଥର ପାଇଁ ୨୦୨୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦୃଶ୍ୟମ ୨ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏବେ ଅଜୟ ଦେବଗନଙ୍କୁ ଫିଲ୍ମ ଭୋଲାରେ ଦେଖିବାକୁ ମିଳିବ।
Powered by Froala Editor