ମନୀଷ ସିସୋଦିଆ ଗିରଫ
ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ସିସୋଡିଆ ରବିବାର ଏକ୍ସାଇଜ ପଲିସି ସ୍କାମରେ ସିବିଆଇ ଯାଞ୍ଚରେ ଯୋଗ ଦେଇଥିଲେ। ସେ ସକାଳ ୧୧.୧୦ରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛି ।
ଆଜି ତାଙ୍କୁ ହାଜର ହେବାକୁ ସିବିଆଇ ସମନ କରିଥିବା ବେଳେ ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା ଆମ୍ ଆଦମୀ ପାର୍ଟି। ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଆପ୍ କର୍ମକର୍ତ୍ତା। ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ ।
ସିବିଆଇ ଅଫିସ୍ ରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ। ଯାଞ୍ଚରେ ଯୋଗଦେବା ପୂର୍ବରୁ ସେ ଅନ୍ୟ ଦଳର ନେତା ସଞ୍ଜୟ ସିଂ ଏବଂ ସୌରଭ ଭରଦ୍ୱାଜଙ୍କ ସହ ପୂଜାପାଠ କରିବା ପାଇଁ ରାଜଘାଟକୁ ଯାଇଥିଲେ।
ଏହାପୂର୍ବରୁ ସିସୋଡିଆ ହିନ୍ଦୀରେ ଟୁଇଟ କରି ଆଜି ସିବିଆଇ ମୁଖ୍ୟାଳୟକୁ ଯାଇ ମୁଁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। ଲକ୍ଷ ଲକ୍ଷ ପିଲାଙ୍କ ପ୍ରେମ ଏବଂ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ଆମ ସହିତ ଅଛି। ମୋତେ କିଛି ମାସ ଜେଲରେ ରହିବାକୁ ପଡିଲେ ମୋତେ ଫରକ ପଡିବ ନାହିଁ। ମୁଁ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିବା ଭଗତ ସିଂଙ୍କ ଅନୁଗାମୀ। ଏଭଳି ମିଥ୍ୟା ଅଭିଯୋଗ ହେତୁ ଜେଲ ଯିବା ଏକ ଛୋଟ କଥା।
Powered by Froala Editor