ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶଙ୍କୁ ଗୁଳି କରି ମାରିଦେଲେ

ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ କିଛି ଲୋକ ଗୁଳି କରି ମାରି ଦେଇଛନ୍ତି। ଏହି ଗୁଳିମାଡ଼ରେ ଉମେଶଙ୍କ ସହ ଥିବା ତାଙ୍କ ସୁରକ୍ଷାକର୍ମୀ ସନ୍ଦୀପ ନିଶାଦ ମଧ୍ୟ ପ୍ରାଣ ହରାଇଛନ୍ତି। ଧୁମଙ୍ଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଉମେଶଙ୍କ ଘର ବାହାରେ ପୂରା ଘଟଣା ଘଟିଛି।
ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଯେଉଁ ଭଳି ଭାବେ ଉମେଶ କାର ଯୋଗେ ଘର ବାହାରେ ପହଞ୍ଚିବା କ୍ଷଣି ଏହି କାଣ୍ଡ କରାଯାଇଛି, ସେଥିରୁ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ବୋଧହୁଏ ହତ୍ୟାକାରୀ କଚହରୀରୁ ହିଁ ତାଙ୍କ ପଛରେ ଲାଗିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ଅଜଣା ଦୁର୍ବୃତ୍ତମାନେ ପ୍ରଥମେ ବୋମା ମାଡ଼ କରିବା ସହ ଗୁଳି କରି ଉମେଶ ଓ ସନ୍ଦୀପଙ୍କୁ ହିତ୍ୟା କରିଛନ୍ତି। ପୂରା ଘଟଣାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି।
ରାଜୁ ପାଲ ବହୁଜନ ସମାଜ ପାର୍ଟିର ବିଧାୟକ ଥିଲେ। ୨୦୦୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଉକ୍ତ ହତ୍ୟା ଘଟଣାର ପ୍ରମୁଖ ସାକ୍ଷୀ। ତେବେ ଶୁକ୍ରବାର ଉମେଶ ତାଙ୍କ ଘର ବାହାରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ହମଲା ହୋଇଥିଲା। ଗୁଳିମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor