ବାଘ ଯନ୍ତାରେ ପଡ଼ିଗଲା ମଣିଷ

ବାଘ ଧରିବାକୁ ଯନ୍ତା ବସାଯାଇଥିଲା । କିନ୍ତୁ ଫସିଗଲା ମଣିଷ । ଏମିତି ଘଟଣା ସାମ୍ନାକୁ ଆସିଛି ୟୁପିର ବୁନ୍ଦେଲଖଣ୍ଡର ଏକ ଗାଁରେ । ସୂଚନା ଅନୁଯାୟୀ ବୁନ୍ଦଲଖଣ୍ଡ ଅଞ୍ଚଳର ଏକ ଚିତାବାଘ ଆତଙ୍କ ସୃଷ୍ଟି କରିଥିଲା। ଏଥିପାଇଁ ବାଘକୁ ଧରିବା ପାଇଁ ସ୍ଥାନୀୟ ବନ ବିଭାଗ ଏକ ଯନ୍ତା ବସାଇଥିଲା। ଯନ୍ତା ଭିତରେ ବାଘ ପାଇଁ ଏକ ବାଦୁଡ଼ି ରଖାଯାଇଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିର କୁକୁଡ଼ାଟି ଉଡ଼ି ଯନ୍ତା ଭିତରେ ପଶିଯିବାରୁ ଏହାକୁ ଆଣିବାକୁ ସେ ଯାଇଥିଲେ। କୁକୁଡ଼ା ନେବାକୁ ଚେଷ୍ଟା କରିବା କ୍ଷଣି ଯନ୍ତାଟି ତୁରନ୍ତ ବନ୍ଦ ହୋଇଯାଇଥିଲା। ତାଙ୍କୁ ଉଦ୍ଧାର ପାଇଁ ସେ ବନ ବିଭାଗକୁ ଅନୁରୋଧ କରିଥିଲେ। ତେବେ ଏହି ରୋଚକ ଘଟାଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Powered by Froala Editor