ଏଆଇଏଡିଏମ୍କେର ଅନ୍ତରୀଣ ସାଧାରଣ ସମ୍ପାଦକ ପଲାନିସ୍ବାମୀ

ନୂଆଦିଲ୍ଲୀ : ଏଆଇଏଡିଏମ୍କେର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ଗୁରୁବାର ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏଆଇଏଡିଏମ୍କେର ସାଧାରଣ ସମ୍ପାଦକ ପଦରେ ପଲାନିସ୍ବାମୀଙ୍କ ନିଯୁକ୍ତିକୁ ବିରୋଧ କରି ପନିରସେଲଭମ୍ଙ୍କ ତରଫରୁ ହୋଇଥିବା ଆବେଦନର ଶୁଣାଣି କରି ବିଚାରପତି ଦିନେଶ ମହେଶ୍ବରୀ ଓ ବିଚାରପତି ହୃଷିକେଶ ରାୟଙ୍କ ପୀଠ ଏହି ରାୟ ଦେଇଛନ୍ତି। ୨୦୨୨ ଜୁଲାଇରେ ଏଆଇଏଡିଏମ୍କେର ସାଧାରଣ ପରିଷଦ ବୈଠକରେ ପଲାନିସ୍ବାମୀଙ୍କୁ ଦଳର ଅନ୍ତରୀଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ପନିରସେଲଭମ୍ ଓ ତାଙ୍କ ସହଯୋଗୀଙ୍କୁ ପଦଚ୍ୟୁତ କରାଯାଇଥିଲା।
ଏହାକୁ ବିରୋଧ କରି ପନିରସେଲଭମ୍ଙ୍କ ତରପରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ହାଇକୋର୍ଟରେ ତାଙ୍କ ମାମଲାର ଖାରଜ ହେବା ପରେ ପନିରସେଲଭମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Powered by Froala Editor