ଭାଙ୍ଗିଲା ଯାତ୍ରା ପେଣ୍ଡାଲ, ଗଳିପଡ଼ିଲେ କଳାକାର

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଦେଓଗାଁ ଜାଗର ଯାତ୍ରାରେ ଅପେରା ପରିବେଷଣ ସମୟରେ ଭାଙ୍ଗିଲା ପେଣ୍ତାଲ। ଗତକାଲି ଅପେରା ସ୍ବର୍ଣ୍ଣମନ୍ଦିର ଦେଓଗାଁ ଜାଗର ଉପଲକ୍ଷେ ଯାତ୍ରା ପରିବେଷଣ କରୁଥିବା ସମୟରେ ରେକର୍ଡ ଡ୍ୟାନ୍ସ ଚାଲିଥିଲା । ହେଲେ ଲୋକେ ଚାହୁଁ ଚାହୁଁ ପେଣ୍ଡାଲ ତଳକୁ ଗଳି ପଡିଥିଲେ କଳାକାରମାନେ । ସଙ୍ଗେସଙ୍ଗେ କମିଟି ସଦସ୍ୟ ଏବଂ ଅନ୍ଯ କଳାକାରଙ୍କ ଦ୍ବାରା ଗଳିପଡିଥିବା କଳାକାର ମାନଙ୍କୁ ଊଦ୍ଧାର କରାଯାଇ ଥିଲା।
ପେଣ୍ତାଲ ଭାଙ୍ଗି ପଡିବାରୁ ଅଧଘଣ୍ଟା ଧରି ଅପେରା ପରିବେଷଣ ବନ୍ଦ ହେବା ପରେ ପୁନଃର୍ବାର ଯାତ୍ରା ପରିବେଷଣ ହୋଇଥିଲା। ପେଣ୍ତାଲ ଭାଙ୍ଗା ପଡିବାର ଦୃଶ୍ୟକୁ ଯାତ୍ରା ଦେଖୁଥିବା ହଜାର ହଜାର ଦର୍ଶକ ନିଜ ମୋବାଇଲ ଯୋଗେ ଉତ୍ତୋଳନ କରି ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖା ଯାଇଥିଲା।
ଏ ଘଟଣା ପରେ ଯାତ୍ରା କରୁଥିବା କଳାକାରମାନଙ୍କ ମଧ୍ୟରେ ଛାନିଆ ପଶିଯାଇଛି । ସ୍ୱର୍ଣ୍ଣମନ୍ଦିର ଆଗଧାଡିର ଯାତ୍ରାପାର୍ଟି ହୋଇଥିବାରୁ ଲୋକଙ୍କ ଭିତରେ ଅନେକ ଆଲୋଚନା ଚାଲିଛି । ଏ ଦୁର୍ଘଟଣା ପରେ ଯାତ୍ରା ପାର୍ଟିର କର୍ମକର୍ତ୍ତା କହିଛନ୍ତି, ଆଗକୁ ଏଭଳି କିଛି ଘଟିବନି । ଏଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ ।
Powered by Froala Editor