ଛେନାପୋଡର ଦିୱାନା ହେଲେ ଆୟୁଷ୍ମାନ
ଛେନାପୋଡର ଦିୱାନା ହୋଇଛନ୍ତି ଆୟୁଷ୍ମାନ ଖୁରାନା । ଓଡିଶା ଆସିଥିବାବେଳେ ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ଏନେଇ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି । ଆୟୁଷ୍ମାନଙ୍କ ଫଟୋ ପୋଷ୍ଟ ପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି। ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ ।
ଛେନାପୋଡ଼କୁ ଅନେକ ସେଲିବ୍ରିଟି ପସନ୍ଦ କରନ୍ତି । ୩ ବର୍ଷ ତଳେ ବଲିଉଡ କଣ୍ଠଶିଳ୍ପୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ଓଡିଶା ଆସିଥିବାବେଳେ କହିଥିଲେ ଯେ ଓଡ଼ିଶାର ଛେନାପୋଡ଼ ତାଙ୍କୁ ବହୁତ ପସନ୍ଦ । ବିରୋଧୀ ଦଳ ଛେନାପୋଡ଼ ଖାଉନଥିବାରୁ ବୁଦ୍ଧି ଆସୁନାହିଁ ବୋଲି କଟାକ୍ଷ କରିଥିଲେ ।
ସୂଚନା ଥାଉ କି କିଛିଦିନ ତଳେ ଯାଜପୁର ମହୋତ୍ସବକୁ ଆୟୁଷ୍ମାନ ଆସିଥିଲେ । ସେଠାରେ ଛେନାପୋଡ ଖାଇ ଖୁବ୍ ତାରିଫ କରିଥିଲେ । ଏପରିକି ଟ୍ୱିଟ୍ କରି ମଧ୍ୟ ଜଣାଇଥିଲେ ।
Powered by Froala Editor