ସିଦ୍ଧାର୍ଥ-କିଆରାଙ୍କ ପରେ ବିବାହ ବନ୍ଧନରେ ବାନ୍ଧିହେବେ ଏହି ଅଭିନେତ୍ରୀ !
ବଲିଉଡରେ ଏବେ ଚାଲିଛି ପ୍ରେମ ଋତୁ । ଆଥିୟା ସେଟ୍ଟୀଙ୍କ ବିବାହ ପରେ ସିଦ୍ଧାର୍ଥ ଓ କିଆରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଟଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ମଧ୍ୟ ବିବାହ କରିବେ ବୋଲି ଚର୍ଚ୍ଚା ଚାଲିଛି । ରାକୁଲପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କରେ ଥିବା ବେଳେ ଏବେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦୁହେଁ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
୨୦୨୧ ଅକ୍ଟୋବର ୧୦, ରେ ରାହୁଲ ରାକୁଲପ୍ରୀ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ ଯେ, ତୁମ ବିନା, ଦିନଗୁଡିକ ଦିନ ପରି ଲାଗେ ନାହିଁ। ତୁମ ବିନା, ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ। ମୋ ପାଇଁ ଦୁନିଆ ସହ ସମାନ ଥିବା ସେହି ସୁନ୍ଦର ମହିଳାଙ୍କୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି। ଏଭଳି ଲେଖି ସେ ଶେଷରେ ଏକ ହୃଦୟ ଇମୋଜି ଦେଇଥିଲେ। ଏହାପରଠୁ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିଲା । ଏବେ ବିବାହ ଋତୁ ଚାଲିଥିବାରୁ ଦୁହେଁ ବିବାହ କରିବେ ବୋଲି ଆଲୋଚନା ହେଉଛି । ହେଲେ ଏ କଥାନେଇ ସେମାନେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ।
Powered by Froala Editor