୩ ଦିନ ପୂରିନି, ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ

ବିବାହର ତିନି ଦିନ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ । ସ୍ୱାମୀ-ସ୍ତ୍ରୀ ବାଇକ୍ରେ ବ୍ରହ୍ମପୁର ଯାଉଥିବା ବେଳେ ମଝି ରାସ୍ତାରେ ଧକ୍କା ଦେଲା ଟ୍ରକ୍ଟର। ଆଉ ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ନବ ଦମ୍ପତି ।
ଗତ ୧୦ ତାରିଖରେ ବ୍ରହ୍ମପୁର ଅଞ୍ଚଳର ସିଏଚ.ପ୍ରବଣିକାଙ୍କ ସହ ଇଚ୍ଛାପୁର ଅଞ୍ଚଳର ଜି.ବେଣୁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ବିବାହର ତୃତୀୟ ଦିନ ମା’ ଘରକୁ ଝିଅ ଓ ଜ୍ବାଇଁ ବ୍ରହ୍ମପୁର ଆସୁଥିବା ବେଳେ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଗୋଳନ୍ଥରା ଥାନା ନିକଟରେ ଏକ ବୋରୱେଲ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇଥିଲା । ଫଳରେ ନବ ଦମ୍ପତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor