ଭୂକମ୍ପ ଝଟକା, ମୃତ୍ୟୁ ସଂଖ୍ୟା ୨୦୦ ରୁ ଅଧିକ
ନୂଆଦିଲ୍ଲୀ : ତୁର୍କୀ ଓ ପଡୋଶୀ ଦେଶରେ ତୀବ୍ର ଭୂକମ୍ପର ଝଟକା ଅନୁଭବ ହୋଇଛି। ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରୁ ଏହି ଝଟକା ଅନୁଭବ ହୋଇଛି। ଏହି ଭୂକମ୍ପରେ ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଏହା ତଳେ ଫସି ରହିଥିବା ଜଣାପଡିଛି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ୟ୍ୟରେ ଲାଗି ରହିଛି। ୫୦୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୮ ରେକର୍ଡ କରାଯାଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଭୂକମ୍ପର ପ୍ରଭାବରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇ ଯାଇଛି। ଏହାର ପ୍ରଭାବ ସିରିଆ ପର୍ୟ୍ୟନ୍ତ ଏହାର ଝଟକା ଅନୁଭବ ହୋଇଛି। ଏଥିରେ ମଧ୍ୟ ମୃତାହତ ହୋଇଥିବା ଜଣାପଡିଥିବା ବେଳେ ସାଇପ୍ରସ୍ ଓ ଇଜିପ୍ଟରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି।
Powered by Froala Editor