ହାତ ଧରିଲାନି ପ୍ରେମିକ, ଘରେ ପୂରେଇଲେନି ଭାଇ : ନବଜାତ ପୁଅକୁ ଧରି ଗଛ ତଳେ ବସିଛି ନାବାଳିକା

ବୟସ ମାତ୍ର ୧୭ ବର୍ଷ । ଯାହାକୁ ପ୍ରେମ କରିଥିଲା ସେ ହାତ ଧରିଲାନି । ହେଲେ କୋଳରେ ଛାଡିଦେଲା ନିଷ୍ପାପ ଶିଶୁପୁତ୍ରଟିଏ । ଶିଶୁପୁତ୍ରକୁ ଧରି ଆମ୍ବ ଗଛ ତଳେ ବସି ରହିଛି ନାବାଳିକା ମା’ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ଅନ୍ତର୍ଗତ ଖପର ସାହିରେ ।
ସୂଚନା ଅନୁଯାଇ ନୀଳାବେର୍ଣ୍ଣି ସାହି ବାସିନ୍ଦା ଭଗବତୀ ହସ୍ତୀଙ୍କ ସାନ ଝିଅଙ୍କ ସହ ଆରସିଏମଏସ ସାହିର ବିକାଶ ମୁଖି ନାମକ ଜଣେ ଯୁବକର ପ୍ରେମ ସମ୍ପର୍କ ଥିଲା । ତେବେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ପରେ ପ୍ରେମିକକୁ ବିବାହ ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରତାରକ ପ୍ରେମିକ ଧରାଛୁଆଁ ଦେଇ ନଥିଲା । ଫଳରେ ପୀଡିତା ଥାନାର ଦ୍ୱାରସ୍ତ ହେବା ପରେ ମାମଲା ଅଦାଲତରେ ପହଞ୍ଚିଥିଲା ।
ଗତ ଡିସେମ୍ବର ୧୫ ତାରିଖ ଦିନ ନାବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବାପରେ ସାବତ ଭାଇ ମାନେ ଘରକୁ ପୁରେଇ ନ ଦେବାରୁ ବାଧ୍ୟ ହୋଇ ନବଜାତ ଶିଶୁ ସହ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ତେବେ ନାବାଳିକାର ଦୁଃଖ ଦେଖି ନାବାଳିକାର ମା ମଧ୍ୟ ଘର ଛାଡି ଆସି ପୀଡିତାଙ୍କ ସହ ରହୁଛି ।
Powered by Froala Editor