ପଛକୁ ପଛ ଧକ୍କା ହେଲା ଗାଡ଼ି, ଘଣ୍ଟାଏ ଯାତାୟାତ ବନ୍ଦ

କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ପରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଏନଏଚଆଇ କର୍ତୁପକ୍ଷଙ୍କ ସହଯୋଗରେ ଦୁର୍ଘଟଣା ଗ୍ରସ୍ତ ଗାଡିଗୁଡିକୁ ହଟାଇବା ପରେ ଗାଡି ଚଳାଚଳ କରିଥିଲା।
ସୂଚନା ମୁତାବକ, ରାମଚନ୍ଦ୍ରପୁର ଥାନା ସମ୍ମୁଖ ୨୦ ଜାତୀୟ ରାଜପଥ କଡରେ ଆଜି ସକାଳୁ ଏକ ୧୨ ଚକିଆ ଟ୍ରକ ବ୍ରେକ ଡାଉନ ହୋଇ ଠିଆ ହୋଇ ରହିଥିଲା । ପଛପଟୁ ଏକ ପ୍ଲାଷ୍ଟିକ ଦାନା ବୋଝେଇ ପିକଅପ୍ ଭ୍ଯାନ ଆସି ପିଟି ହୋଇ ଯିବାରୁ ରାସ୍ତା ଉପରେ ଦାନା ସହ ଗାଡିଟି ଓଲଟି ପଡିଥିଲା । ସେହି ସମୟରେ ଆଗପଛ ହୋଇ ଆସୁଥିବା ଆଉ ଏକ ୧୪ ଚକିଆ ଟ୍ରକ ମଧ୍ଯ ଭାରସାମ୍ଯ ହରାଇ ଗାଡି ସହିତ ଧକ୍କା ଖାଇବାରୁ ରାସ୍ତାଟି ସମ୍ପୁର୍ଣ୍ଣ ଜାମ୍ ହୋଇ ଯାଇଥିଲା। ସୌଭାଗ୍ଯ ବସତଃ ଦୁଇ ଗାଡିର ଚାଳକ ଏତେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।। ଗାଡି ଗୁଡିକ ରାସ୍ତା ଉପରେ ରହି ଯାଇଥିବାରୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
Powered by Froala Editor