ଯୋରନ୍ଦା ମାଘ ମେଳା ଆରମ୍ଭ
ଢେଙ୍କାନାଳ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏହି ମେଳା ପାଇଁ ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାକୁ ମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଜୋରନ୍ଦା ମହିମଗାଦୀରେ ସମାଗମ ହେଉଛନ୍ତି । ତେବେ ଗାଦୀ ପୀଠରେ ଲାଗିରହିଥିବା ବିବାଦର ଅସ୍ଥାୟୀ ସମାଧାନ ପରେ ମେଳା ପାଇଁ ଉଭୟ ସାଧୁ ଗୋଷ୍ଠୀଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଛି ।
ମହିମା ଧର୍ମର ପରମ୍ପରା ମୁତାବକ ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଏହି ମେଳା ଆରମ୍ଭ ହୋଇ ମହିମା ସାଧୁ ମାନେ ତିନି ଦିନ ଧରି ପାଳନ ହେବ । ମାତ୍ର ସ୍ଥାନୀୟ ଲୋକେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ଏହି ମେଳା । ଚଳିତ ବର୍ଷ ୧୫୦ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ପାଇଁ ଗାଦୀ ମନ୍ଦିର ପରିସରରେ ଅଖଣ୍ଡ ଧୁନୀରେ ଘୃତହୁତି କରୁଛନ୍ତି ମହିମା ସାଧୁ ।
ସେପଟେ ସନ୍ଧ୍ୟା ୫ଟା ସମୟରେ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ମୁଖ୍ୟ ଗାଦୀ ମନ୍ଦିର ଚାରିଦ୍ୱାରରେ ଝାଡ଼ ଦୀପ ଲାଗିବାର କାର୍ୟ୍ୟକ୍ରମ ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀ ମାନେ ମଧ୍ୟ ମେଳା ସାମିଲ ହେଥିବା ଦେଖିବାକୁ ମିଳୁଛି ।
Powered by Froala Editor