ଛାତ୍ର ପକେଟରେ ବୋମା ବିସ୍ଫୋରଣ, ହାତ ପାପୁଲି ଛିନ୍ଭିନ୍

ସ୍କୁଲରେ ଛାତ୍ରଙ୍କ ପକେଟରେ ବୋମା ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ତା ସେଣ୍ଟ୍ ଯାଭିଅର ସ୍କୁଲରେ। ବିସ୍ଫୋରଣରେ ଜଣେ ଛାତ୍ରଙ୍କ ହାତ ପାପୁଲି ପୂରା ଛିନ୍ଭିନ୍ ହୋଇଯାଇଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଗୁଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
ସ୍କୁଲର ୫ମ ଶ୍ରେଣୀ ଛାତ୍ର ସ୍ଥାନୀୟ ବଉଦୁଙ୍ଗିଆର ଯଶ ନାୟକ, କମ୍ବାଡ଼ିର ଆଶିଷ ନାୟକ ଓ ଡଙ୍ଗାମିଲାର ନିହାଲ ନାୟକ ସାଙ୍ଗ ହୋଇ ବିରତି ସମୟରେ ବାହାରକୁ ଯାଇ ବିଦ୍ୟାଳୟକୁ ବୋମା ଧରି ଆସିଥିଲେ। ବୋମାଟିକୁ ଯଶ ନିଜ ପ୍ୟାଣ୍ଟ ପକେଟରେ ରଖିଥିବା ବେଳେ ତାକୁ ବିଦ୍ୟାଳୟରେ କାଢ଼ିବା ବେଳେ ବିସ୍ଫୋରଣ ଘଟିଥିଲା। ସବ୍ଦ ଶୁଣି ସମସ୍ତ ଶିକ୍ଷକଙ୍କ ସହ କର୍ମଚାରୀମାନେ ଦୌଡ଼ି ଆସି ଦେଖିଲା ବେଳକୁ ତିନି ଛାତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଯଶର ଡାହାଣ ହାତର ପାପୁଲି, ମଳଦ୍ବାର, ଓ ଜଂଘରେ ଗଭୀର ଆଘାତ ଲାଗିଥିବା ବେଳେ ଆଶିଷର ହାତ ଓ ପେଟରେ ଆଘାତ ଲିଗିଥିବାରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
Powered by Froala Editor