ଝାରସୁଗୁଡାରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର
ଭୁବନେଶ୍ବର: ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ହେବା ପରେ ରବିଧାନସଭା ପରିସରରେ ପହଥିଲା। ବିଭିନ୍ନ ଦଳର ବିଧାୟକ ଓ ମନ୍ତ୍ରୀମାନେ ତାଙ୍କ ମରଶରୀରେ ଫୁଲ ତୋଡା ଦେଇ ଶେଷ ଦର୍ଶନ କରିଥିଲେ। ବିଧାନସଭା ପରିସରରୁ ତାଙ୍କ ମର ଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯିବ। ସକାଳ ପ୍ରାୟ ୮ଟାରେ ବିଜେଡି କାର୍ୟ୍ୟାଳୟକୁ ନିଆଯିବ ବୋଲି ସୂଚନା ମିଳିଛି।
ସେଠାରେ ଶେଷ ଦର୍ଶନ ପରେ ଝାରସୁଗୁଡା ନିଆଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ରବିବାର ରାଜ୍ୟରେ ଅର୍ଦ୍ଧନମିତ ରହିଛି ଜାତୀୟ ପତାକା। ଆସନ୍ତାକାଲି ବି ରାଜ୍ୟରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ ମନ୍ତ୍ରୀ ରହି ସମ୍ମାନ ଜଣାଇବେ ବୋଲି ସୂଚନା ମିଳିଛି। ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳିମାଡ କରିଥିଲେ। ପରେ ଏୟାରଲିଫ୍ଟରେ ତାଙ୍କୁ ଆପୋଲ ହସ୍ପିଟାଲରେକୁ ନିଆଯାଇଥିଲା। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
Powered by Froala Editor