ସ୍ୱାମୀର କଙ୍କାଳ ଉପରେ ଘର କରି ରହୁଥିଲା ସ୍ତ୍ରୀ, ଦିଅରକୁ ବି ମାରି ଫିଙ୍ଗିଦେଲା

ଜଣେ ମହିଳାଙ୍କୁ ସନ୍ତୁଷ୍ଟ କରିପାରିଲେନି ସ୍ୱାମୀ କି ଦିଅର । ପ୍ରଥମେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଦିଅରକୁ ଜାଲରେ ଫସାଇଥିଲେ । ସ୍ୱାମୀ ରାସ୍ତାରୁ ହଟିବା ପରେ ଦିଅରକୁ ବି ରାସ୍ତାରୁ ସଫା କରିଦେଲେ । ଏମିତି କାଣ୍ଡ ଘଟାଇଥିବା ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ସୂଚନା ଅନୁଯାୟୀ ପାଞ୍ଚ ବର୍ଷ ପୂର୍ବେ ଉର୍ମିଲା ତାଙ୍କ ଦିଅର ମୋହନଙ୍କ ସହ ମିଶି ସ୍ୱାମୀ ରଣଜିତ ସିଂଙ୍କୁ ହତ୍ୟା କରିଥିଲେ। ସ୍ୱାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟାଙ୍କିରେ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାର ଅନୁସନ୍ଧାନ ପରେ ପୁଲିସ ଉପସ୍ଥିତିରେ ସେପ୍ଟିକ୍ ଖନନ କରାଯାଇଥିଲା, ଯେଉଁଠାରୁ ରଣଜିତଙ୍କ କଙ୍କାଳ ମିଳିଥିଲା।
ଅଭିଯୁକ୍ତ ଉର୍ମିଲା ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଏକ ସେପ୍ଟିକ୍ ଟାଙ୍କିରେ ଫୋଫାଡ଼ି ଦେବା ପରେ ଏହା ଉପରେ ଏକ ଘର ତିଆରି କରି ରହୁଥିଲେ। ତେବେ ମେ, ୨୦୨୧ରେ, କୋଲାର୍ ପୁଲିସ୍ ଅମରନାଥ କଲୋନୀ ନିକଟରେ ଏକ ମୃତଦେହ ପାଇଥିଲେ। । ପୋଷ୍ଟମର୍ଟମ ରିପୋର୍ଟ ପରେ ଦାମଖଡା ନିବାସୀ ମୋହନ ମୀନା ବୋଲି ଜଣାପଡିଥିଲା । ତଦନ୍ତ ପରେ ପୁଲିସ ମୃତ ମୋହନଙ୍କ ଭାଉଜ ଉର୍ମିଳାଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଉର୍ମିଳା ମୋହନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।
Powered by Froala Editor