ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ
ମୁମ୍ବାଇ: ବଲିଉଡ୍ ଡ୍ରାମା କୁଇନ୍ ଭାବେ ପରିଚିତ ରାଖୀ ସାୱନ୍ତ ହଠାତ୍ ଦରଘାରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ସେ ସେଠାକୁ ଯାଇଥିବା ବେଳେ ଗରିବ ନୱାଜଙ୍କୁ ଚାଦର ଚଢ଼ାଇ ମାନସିକ କାମନା କରିଥିବା ସୂଚନା ମିଳିଛି । ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ସହିତ ବିବାହ ସୁଖମୟ ହେବାକୁ ରାଖୀ ପ୍ରାର୍ଥନା କରିଛନ୍ତି । ଦରଘା ଠାରେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ ରାଖୀ । ତାଙ୍କୁ ହଠାତ୍ ସେଠାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଫ୍ୟାନ୍ସ ବେଶ୍ ଉତ୍ସାହିତ ହୋଇ ସେଲ୍ଫି ନେବାକୁ ଉଦ୍ୟମ କରିଥିଲେ । ହେଲେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ଏହାକୁ ବାରଣ କରିଥିଲା । ଏହାପରେ ସୁରକ୍ଷା ବଳୟ ଭିତରେ ସେ ପୂଜାର୍ଚ୍ଚନା କରିବା ସହିତ ନିଜ ମାନସିକ ରଖିଥିଲେ ।
ସୂଚନାଯୋଗ୍ୟ ଅଭିନେତ୍ରୀ ରାଖୀ ସାୱନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ମା'ଙ୍କ ସୁସ୍ଥ କାମନା କରିବାକୁ ଅଭିନେତ୍ରୀ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ । ଏହାପୂର୍ବରୁ ଆଦିଲଙ୍କ ସହ ବିବାହକୁ ନେଇ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ । ଆଦିଲ ରାଖୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । କିନ୍ତୁ ପରେ ରାଜି ହୋଇଥିଲେ ।
Powered by Froala Editor