ଖୁସି ଖବର ଦେଲେ ଦୀପିକା କକ୍କର
ବିବାହର ୫ ବର୍ଷ ପରେ ଅଭିନେତ୍ରୀ ଦୀପିକା କକ୍କର ମା' ହେବାକୁ ଯାଉଛନ୍ତି। ଦୀପିକା ଏବଂ ତାଙ୍କ ସ୍ବାମୀ ଶୋଏବ ଇବ୍ରାହିମ ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଦୀପିକା ଏବଂ ଶୋଏବ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ଏହା ଆମ ଜୀବନର ସବୁଠାରୁ ସୁନ୍ଦର ପର୍ଯ୍ୟାୟ । ଆମେ ଆମର ପ୍ରଥମ ସନ୍ତାନକୁ ଆଶା କରୁଛୁ। ଆପଣଙ୍କ ଆଶୀର୍ବାଦ ଆମ ଶିଶୁ ପାଇଁ ନିହାତି ଆବଶ୍ୟକ।
ପୂର୍ବରୁ ମଧ୍ୟ ଗତ ବର୍ଷ ଫେବୃୟାରୀରେ ଗର୍ଭବତୀ ହୋଇଥିଲେ। ହେଲେ ୪ ରୁ ୬ ସପ୍ତାହ ପରେ ତାଙ୍କର ଗର୍ଭପାତ ହୋଇଥିଲା। ଏହା ଦୀପିକାଙ୍କୁ ଭାଙ୍ଗି ଦେଇଥିଲା। ଏହି ଦୁଃଖକୁ ଭୁଲିବାକୁ ସମସ୍ତଙ୍କୁ ବହୁତ ସମୟ ଲାଗିଥିଲା। ଦୁଃଖ ପରେ ସୁଖ ଆସିବା ଭଳି ବିବାହର ୪ ବର୍ଷ ପରେ ଦୁହିଁଙ୍କ ଜୀବନରେ ଖୁସି ଆସିଛି।
ଦୀପିକା କକ୍କର ସିରିଏଲ 'ସସୁରାଲ ସିମର କା'ରୁ ପରିଚୟ ସୃଷ୍ଟି କରିଥିଲେ। ଏହି ଶୋ'ରେ ଶୋଏବ ପ୍ରେମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଉଭୟ ପରଦାରେ ସ୍ବାମୀ ଏବଂ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ଏବଂ ସେମାନେ ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ଭଲ ପାଉଥିଲେ। ଏହି ଦମ୍ପତି ୨୨ ଫେବୃଆରୀ ୨୦୧୮ରେ ବିବାହ କରିଥିଲେ। ଏହା ହେଉଛି ଦୀପିକା କକ୍କରଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ରନକ ମେହେଟ୍ଟାଙ୍କ ସହ ହୋଇଥିଲା।
Powered by Froala Editor