ରାନୁଙ୍କୁ ରୋମାଣ୍ଟିକ ମୁଡ୍ରେ ଦେଖି ଏମିତି କହିଲେ ଲୋକ...

ରାନୁ ମଣ୍ଡଳ । ଦିନେ ଏହି ନାଁ ଚର୍ଚ୍ଚାରେ ଥିବାବେଳେ ଏବେ ଥଟାମଜାର ଖୋରାକ ହୋଇଯାଇଛି । ରାନୁ ମଣ୍ଡଳଙ୍କ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ।
ଭିଡିଓରେ ରାନୁ ମଣ୍ଡଳ ଏକ ଯୁବକ ସହିତ ବାଇକ୍ରେ ବସିଥିବାର ନଜର ଆସିଛନ୍ତି। ରାନୁ ନୀଳ ରଙ୍ଗର ନାଇଟ୍ସ ପିନ୍ଧି ଆଲୁରା ଚୁଟିରେ ନଜର ଆସିଛନ୍ତି। ସେହିପରି ବାଇକ୍ରେ ଆଗରେ ବସିଥିବା ଯୁବକ ଜଣକ ଏକ ଧଳା ଟି-ସାର୍ଟ ସହିତ ଏକ ସବୁଜ ରଙ୍ଗର ଷ୍ଟାଇପ୍ସ ବାଲା ସାର୍ଟ ଓ ଜିନ୍ସ ପିନ୍ଧିଥିବା ଦେଖାଯାଆନ୍ତି। ସେମାନେ 'କ୍ରିସ୍' ଫିଲ୍ମର ଏକ ଗୀତ 'ହମ୍ କୋ ଏ ଲଗ୍ତା ନେହିଁ ହେ ତୁମ୍ ଦୂର କହିଁ ସେ ଆୟି ହୋ'ରେ ଅଭିନୟ କରୁଛନ୍ତି। ସେମାନଙ୍କ ରୋମାଣ୍ଟିକ୍ ସିନ୍ ଦେଖି କିଛି ଲୋକ ସୋସିଆଲ ମିଡିଆରେ ତାଙ୍କୁ ପରିହାସ କରୁଛନ୍ତି ।
Powered by Froala Editor