ନେପାଳ ଜେଲରୁ ମୁକ୍ତ ହେବ ବିକିନି କିଲର
ବିକିନି କିଲର ଭାବେ ପରିଚିତ କୁଖ୍ୟାତ ସିରିଏଲ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହେବ । ତାକୁ ମୁକ୍ତ କରାଯିବା ସମ୍ପର୍କରେ ନେପାଳର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ଚାଲର୍ସ ୨୦୦୩ରୁ ନେପାଳର ଜେଲରେ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ମଧ୍ୟରେ କୋର୍ଟ ତାଙ୍କୁ ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ସପନା ପ୍ରଧାନ ମଲ୍ଲା ଏବଂ ତିଲ ପ୍ରସାଦ ଶ୍ରେଷ୍ଠଙ୍କ ଏକ ବେଞ୍ଚ ଶୋଭରାଜଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ରଙ୍କ କହିବାନୁସାରେ, ଶୋଭରାଜ ଏହି ପିଟିଶନ ଦାଖଲ କରିଥିଲେ। ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପାଇଁ ସେ ଜେଲରେ ଥିଲେ। ଏହି ଆଧାରରେ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୯୭୦ ଦଶକର ଭୟଙ୍କର ହତ୍ୟାକାରୀ ଚାର୍ଲ୍ସ ଶୋଭରାଜଙ୍କୁ ୨୦୧୦ ରେ ନେପାଳର ଏକ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦୁଇଜଣ ଅମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ମାମଲାରେ ତାକୁ ଏହି ଦଣ୍ଡ ଦିଆଯାଇଥିଲା । ତେବେ ସେ ୨୦୦୩ରୁ ନେପାଳ ଜେଲରେ ରହିଛି ।
Powered by Froala Editor