ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ : ତୁରନ୍ତ ବୁଷ୍ଟର ଡୋଜ୍ ନିଅ
କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଉଠିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ବୁଧବାରଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ, ଏଣୁ ଯଥାଶୀଘ୍ର ସମସ୍ତେ କୋଭିଡ୍ ଟୀକା ନେଇଯାଆନ୍ତୁ ।
କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟୀ ବୈଠକରେ ପରେ ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ କହିଛନ୍ତି, ଯଦି ଆପଣ ଭିଡ ଥିବା ସ୍ଥାନରେ, ଘରେ କିମ୍ବା ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ। ଏହା କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଆମକୁ ଏହାକୁ ବଢ଼ାଇବାକୁ ହେବ। ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି।
ବୈଠକ ବେଳେ ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ ଯେ, ଚୀନରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଁ ଓମିକ୍ରନର ବିଏଫ.୭ ଭାରିଆଣ୍ଟ ଦାୟୀ । ତେବେ ଚୀନରେ ଏହି ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପାଇଁ ଚୀନ ଲୋକଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଦାୟୀ ।
Powered by Froala Editor