ଆଫଗାନିସ୍ତାନ ଝିଅଙ୍କ ପାଇଁ ବନ୍ଦ ହେଲା ବିଶ୍ୱବିଦ୍ୟାଳୟ ଗେଟ୍
ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ମନା ହେଲା ୟୁନିର୍ଭସିଟି। ବିଶ୍ୱବିଦ୍ୟାଳୟରେ ସେମାନଙ୍କ ଶିକ୍ଷା ଉପରେ ରୋକ ଲଗାଇବାକୁ ଯାଇ ତାଲିବାନ ଏଭଳି କିଛି କଡା ନିର୍ଦ୍ଦେଶ ଜାରି କରିଛି । ଏହି ନିୟମ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ବିଶ୍ବବିଦ୍ୟାଳୟ ବାହାରେ ବନ୍ଧୁକ ସହ ଜଗି ରହି ଝିଅମାନଙ୍କୁ ଭିତରକୁ ଛାଡ଼ୁନାହାନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ।
ମହିଳାମାନଙ୍କ ଶିକ୍ଷା ବାତିଲ ପାଇଁ ଜାରି କରାଯାଇଥିବା ଏହି ଆଦେଶ ତୁରନ୍ତ ଲାଗୁ କରିବା ଲାଗି ସେଠାକାର ଶିକ୍ଷା ମନ୍ତ୍ରୀ ମହମ୍ମଦ ନଦିମ କହିଛନ୍ତି। ସେଠାକାର ଶିକ୍ଷା ମନ୍ତ୍ରାଳୟ ମହିଳାଙ୍କ ବିଶ୍ୱବିଦ୍ୟାଳୟରେ ପଠା ପଢ଼ିବା ଉପରେ ରୋକ ଲଗାଇବା ପାଇଁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛନ୍ତି। ତାଲିବାନର ଏହି ନିର୍ଦ୍ଦେଶ ପରେ ଏବେ କୌଣସି ଯୁବତୀ କିମ୍ବା ମହିଳା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ନାହିଁ।
ସାରା ଦେଶରେ ହଜାର ହଜାର ଝିଅ ଏବଂ ମହିଳା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଦେବାର ତିନି ମାସରୁ କମ୍ ସମୟ ପରେ ଉଚ୍ଚଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ଆଦେଶ ଆସିଛି। ଅନେକ ଝିଅ ଅଧ୍ୟୟନ ପରେ ଭବିଷ୍ୟତରେ ଇଞ୍ଜିନିୟର ଏବଂ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ତାଲିବାନ ସେମାନଙ୍କ ସ୍ବପ୍ନକୁ ନଷ୍ଟ କରିଦେଇଛି । ସାରା ବିଶ୍ବରେ ତାଲିବାନର ଏହି ନିଷ୍ପତ୍ତିକୁ ନିନ୍ଦା କରାଯାଇଛି ।
Powered by Froala Editor