ଚୋରି କଲା ବୋଲି ଛୋଟ ପିଲାର ଡ୍ରେସ୍ ଚିରି ଗୁପ୍ତାଙ୍ଗରେ ଲଙ୍ଗା ଗୁଣ୍ଡ ପକାଇଦେଲେ
ଛୋଟ ପିଲାଟି ଥଣ୍ଡା ପାନୀୟ ଚୋରି କରି ପରିଦେଇଥିଲା । ଏତିକି କଥାରେ ଦୋକାନୀ ତାକୁ ବାନ୍ଧି ପିଟିଥିଲା । ସେତିକିରେ ଥମି ନଥିଲା ନିର୍ଯାତନା । ସେ ପିନ୍ଧିଥିବା ଡ୍ରେସ ଚିରିଦେଇ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲା । ପିଲାଟି ଛଟପଟ ହେଉଥିବାବେଳେ ଦୋକାନୀ ଭିଡିଓ କରୁଥିଲା । ଏଭଳି ନିର୍ଯାତନାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ତେଲେଙ୍ଗାନାରୁ ଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ୯ବର୍ଷର ଜଣେ ବାଳକ ଦୋକାନରୁ ଥଣ୍ଡା ପାନୀୟ ଚୋରି କରି ପିଇ ଦେଇଥିଲା। ଚୋରି କରୁଥିବା ସମୟରେ ଦୋକାନୀ କୃଷ୍ଣା ପିଲାକୁ ଧରି ପକାଇଥିଲେ। ଆଉ ରାଗରେ କିଛି ନବୁଝି ସୁଝି ତାକୁ ନିସ୍ତୁକ ମାଡ଼ ମାରିବା ସହିତ ତାର ପୋଷାକ ଚିରି ପକାଇଥିଲେ। କେବଳ ଏତିକି ନୁହେଁ, ତାର ହାତଗୋଡ଼ ବାନ୍ଧି ଗୁପ୍ତାଙ୍ଗରେ ଲଙ୍ଗାଗୁଣ୍ଡ ବି ପକାଇ ଦେଇଥିଲେ। ଲଙ୍କା ପାଉଡର ପଡ଼ିବା ପରେ ଛୁଆ ଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିଲା। କିନ୍ତୁ ଦୋକାନୀଙ୍କୁ ଦୟା ଆସି ନଥିଲା। ସେ ଛୁଆର କଥା ନବୁଝି ଓଲଟି ଘଟଣାର ଭିଡିଓ କରିବା ଆରମ୍ଭ କରିଥିଲେ। ଆଉ ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ ବି କରି ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ପୀଡିତଙ୍କ ପରିବାର ଲୋକଙ୍କୁ ଜଣାପଡ଼ିବା ପରେ ସେମାନେ ଦୋକାନୀ କୃଷ୍ଣା ବିରୋଧରେ ଥାନା ମାମଲା ରୁଜୁ କରିଥିଲେ।
Powered by Froala Editor