୫୦୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର
ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର। ମାତ୍ର ୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍। ଆସନ୍ତା ଏପ୍ରିଲରୁ ଗ୍ୟାସ ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପ୍ରିଲ ମାସରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ଲୋକଙ୍କ ପାଇଁ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ବା ଏଲପିଜି ସିଲିଣ୍ଡର ଯୋଗାଇଦେବେ। ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଗେହଲଟ ଆଜି ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦେଉଛନ୍ତି । କିନ୍ତୁ ସିଲିଣ୍ଡର ଖାଲି ରହୁଛି। କାରଣ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୪୦ ଟଙ୍କା ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ଲୋକଙ୍କ ପାଇଁ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ବା ଏଲପିଜି ସିଲିଣ୍ଡର ଯୋଗାଇଦେବୋ ପାଇଁ ମୁଁ ବଜେଟରେ ବ୍ୟବସ୍ଥା କରିବି’ ବୋଲି ଶ୍ରୀ ଗେହଲଟ ଘୋଷଣା କରିଛନ୍ତି।
Powered by Froala Editor