୧ ଟଙ୍କା ଚାଉଳ ପାଇଁ ୧୦୦ କି.ମି ଯାଉଛନ୍ତି ଲୋକ

ଲୋକେ ଟଙ୍କାଏରେ ରାସନ ପାଇବେ । ଭଲ ଜୀବନଯାପନ କରିବେ । ଅନାହାର ମୃତ୍ୟୁ ରୋକିବାକୁ ସରକାର ଏଭଳି ପ୍ରୟାସ କରୁଥିବାବେଳେ ନୂଆପଡା କୋମନା ବ୍ଲକ୍ ସୁନାବେଡା ପଞ୍ଚାୟତ ଅଭୟାରଣ୍ୟରେ ରହୁଥିବା ଲୋକଙ୍କ ପାଇଁ ଓଲଟା ହୋଇଯାଇଛି । ସରକାର ଏକ ଟଙ୍କାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ପାଇଁ ୧୦ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡୁଛି।
ପଞ୍ଚାୟତ ଅଧୀନ ଶିବ ନାରାୟଣପୁର, ଝରଲାଆମ, ଉପକାପାଣି ଓ ସୋସେଙ୍ଗ ପଞ୍ଚାୟତ ଅଧୀନ ଭାଓସିଲ ଓ ରଜାକେନ୍ଦୁ ଗ୍ରାମ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଏବେ ବି ଭଲ ରାସ୍ତା ନାହିଁ। ଫଳରେ ସେମାନଙ୍କୁ ପିଡିଏସ୍ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପାହାଡିଆ ରାସ୍ତା ହୋଇଥିବାରୁ ୩/୪ ମାସରେ ଥରେ ଗାଡି କରି ନୂଆପଡା ଦେଇ ବୁଲି ୧୦୦ କି.ମି. ଦୂର ପଞ୍ଚାୟତକୁ ଯାଉଛନ୍ତି। ପାହାଡିଆ ରାସ୍ତା ଦେଇ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ୩୦ କି.ମି. ହେବ। ପାହାଡିଆ ରାସ୍ତା ହୋଇଥିବାରୁ ଆମେ ସୁବିଧାରେ ଯାଇପାରୁ ନାହୁଁ। ପାହାଡ ରାସ୍ତା ଦେଇ ଚାଲି କରି ଗଲେ ୨ ଦିନରେ ଗାଁକୁ ଫେରିବାକୁ ପଡ଼ୁଛି। ଏଣୁ ଏହି ତିନି ଚାରିଟି ଗାଁ ମଧ୍ୟ ଭାଗରେ କ୍ୟାମ୍ପ କରି ପ୍ରତି ମାସରେ ଭତ୍ତା ଟଙ୍କା ଓ ରାଶନ ସାମଗ୍ରୀ ଦିଆଗଲେ ଆମେ ସୁବିଧାରେ ପାଇପାରିବୁ ଲୋକମାନେ କହିଛନ୍ତି।
Powered by Froala Editor