Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି

ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି

2021-05-19 07:02:50
16392
Share:
Facebook
Twitter
E-Mail
WhatsApp
Telegram
ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି


ବଲାଙ୍ଗୀର: ଦେଶର ଅନେକ ଭାଗ ଭଳି ଓଡ଼ିଶାର କେବିକେ (କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି)ର ଅଧିକାଂଶ ଜିଲା ଅନେକ ସମୟରେ ଗୁରୁତର ଜଳ ସଙ୍କଟ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ତାପମାତ୍ରା ଶୀର୍ଷରେ ପହଞ୍ଚିବାବେଳେ ଅଧିକାଂଶ ନଳକୂପ ଏବଂ କୂପ ଆଦି ଶୁଷ୍କ ହୋଇଯାଇଥାଏ ଏବଂ ତଦ୍ଦ୍ୱାରା ଜଳଭାବ ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଥାଏ । ଏଭଳି ପରିସ୍ଥିତି ବିଶେଷକରି ଓଡ଼ିଶାର ପାର୍ବତ୍ୟ ଏବଂ ପଛୁଆ ଅଞ୍ଚଳରେ ସାଧାରଣ ଘଟଣା ।

ଏତଦ୍‍ବ୍ୟତୀତ ମିଳୁଥିବା ପାଣି ମଧ୍ୟ ପିଇବା ପାଇଁ ନିରାପଦ ନୁହେଁ । ୨୦୧୯ ନଭେମ୍ବରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ରିପୋର୍ଟରୁ ଜଣାଯାଇଥିଲା ଯେ ଓଡ଼ିଶାର ୩୦ ଜିଲା ମଧ୍ୟରୁ ୧୫ଟି ଜିଲାରେ ପାନୀୟ ଜଳ ପ୍ରଦୂଷିତ । ବଲାଙ୍ଗୀରରେ ୪୦ଟି ଜନବସତିରୁ ସଂଗୃହୀତ ନମୁନା ମଧ୍ୟରୁ ୩୨ଟି ଜନବସତି ନମୁନାରେ ପାନୀୟ ଜଳ ନିରାପଦ ନଥିବା ଲକ୍ଷ୍ୟ କରାଯାଇଥିଲା । 

ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଉପଲବ୍ଧ ସୁଗମ କରାଇବା ଲକ୍ଷ୍ୟରେ ଅଧିକାର ମାଇକ୍ରୋ ଫାଇନାନ୍ସ ଏକ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ବିକଶିତ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ଅଧିକାର ମାଇକ୍ରୋଫାଇନାନ୍ସ ବନ୍ଧକମୁକ୍ତ ଋଣ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀକୁ ପ୍ରଦାନ କରୁଛି ଯାହା ସେମାନଙ୍କୁ ଏକ ବୋର୍‍ୱେଲ ନିର୍ମାଣ ଦିଗରେ ସହାୟତା କରିବ, କାରଣ ବ୍ୟକ୍ତିଗତ ପରିବାରଗୁଡିକ ବୋର୍‍ୱେଲ ଖନନରେ ପୁଞ୍ଜି ଖଟାଇବା କଷ୍ଟକର । 

ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ବଲାଙ୍ଗୀର ଜିଲା ଭଟଲି ପଞ୍ଚାୟତର ପାଞ୍ଚଟି ମହିଳା ପରିବାର ଅଧିକାର ମାଇକ୍ରୋଫାଇନାନ୍ସ ସହିତ ଯୋଗାଯୋଗ କରିଥିଲେ । ଅଧିକାର ମାଇକ୍ରୋଫାଇନାନ୍ସର କ୍ଷେତ୍ର କର୍ମଚାରୀଙ୍କ ସହାୟତାରେ ସେମାନେ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀ ଗଠନ କରିଥିଲେ, ଯାହାର ନାମ ବଜରଙ୍ଗବାଲି ମହିଳା ଗୋଷ୍ଠୀ ଏବଂ ତାହା ଜରିଆରେ ସେମାନେ ୧ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ । 

ଉକ୍ତ ପାଣ୍ଠି ଅର୍ଥକୁ ବୋର୍‍ୱେଲ ଖନନ, ବିଦ୍ୟୁତକରଣ, ପାଣି ପମ୍ପ ସ୍ଥାପନ ଏବଂ ସଦସ୍ୟ ପରିବାରଗୁଡିକୁ ପାଇପ ସଂଯୋଗ ଆଦିରେ ଖର୍ଚ୍ଚ କରାଯାଇଥିଲା । ଏବେ ପ୍ରତିଦିନ ପରିବାରଗୁଡିକ ସେମାନଙ୍କ ଘରୋଇ ବ୍ୟବହାର ନିମନ୍ତେ ୭୫୦ ଲିଟର ପାଣି ପାଇପାରୁଛନ୍ତି । ବୋର୍‍ୱେଲ ବର୍ଷତମାମ ସ୍ୱଚ୍ଛ ପାଣି ଯୋଗାଇବା ସହିତ ସେମାନଙ୍କର ସମୟ ମଧ୍ୟ ବଞ୍ଚାଉଛି । 

ଆଧାର ମାଇକ୍ରୋଫାଇନାନ୍ସ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରି ଜଣେ ସଦସ୍ୟା କହିଛନ୍ତି, “ପୂର୍ବରୁ ଗ୍ରାମର ସର୍ବସାଧାରଣ କୂଅରୁ ପାଣି ଆଣିବାକୁ ମୋତେ ଅନେକ ସମୟ ଅପଚୟ କରିବାକୁ ପଡୁଥିଲା । ଜଣେ ଦିନ ମଜୁରିଆ ହୋଇଥିବାରୁ ଏହା ମୋର ଆୟ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଥିଲା । ଅଧିକାର ମାଇକ୍ରୋଫାଇନାନ୍ସର ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମକୁ ଧନ୍ୟବାଦ, ମୁଁ ଏବେ ସୁସ୍ଥ ଏବଂ ସ୍ଥିର ଜୀବନ ନିର୍ବାହ କରିପାରୁଛି ।”

ଅଧିକାର ମାଇକ୍ରୋଫାଇନାନ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ମହମ୍ମଦ ଏନ ଅମିନ୍‍ କହିଛନ୍ତି, “ଗ୍ରାହକଙ୍କର ଆସ୍ଥା ଓ ବିଶ୍ୱାସ ଜିତି ଅଧିକାର ମାଇକ୍ରୋଫାଇନାନ୍ସ ଜନସାଧାରଣଙ୍କୁ ଜଳ, ପରିମଳ ଏବଂ ସ୍ୱାସ୍ଥ୍ୟରକ୍ଷା ଭଳି ମୌଳିକ ଆବଶ୍ୟକତାର ସୁଯୋଗ ଅନେକ ଗ୍ରାମାଞ୍ଚଳ ପରିବାର ପାଇଁ ଏକ ବାସ୍ତବତାରେ ପରିଣତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟକରୁଛି ।  ସରକାରୀ ଜଳ ଯୋଗାଣ ଯଥେଷ୍ଟ ହେଉନଥିବାବେଳେ ଦରିଦ୍ର ଲୋକମାନେ ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଅଧିକାର ଦ୍ୱାରା ଏଭଳି ଏକ ପ୍ରୟାସ ପ୍ରତିଫଳିତ କରୁଛି ଯେ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଦ୍ୱାରା ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ଉପଲବ୍ଧତା ଅନେକ ଦରିଦ୍ର ପରିବାର ପାଇଁ ଏକ ବାସ୍ତବତା ହୋଇପାରିବ । ତେଣୁ ଓଡ଼ିଶାର ସମସ୍ତ ପରିବାର ପାଇଁ ସ୍ୱଚ୍ଛ ଜଳ ଉପଲବ୍ଧ କରାଇବା ଦିଗରେ ଆହୁରି ଅନେକ କିଛି କରିବାକୁ ବାକି ଥିବାବେଳେ ଏହି ଅଭିଯାନରେ ସାମିଲ ହେବାକୁ ମୁଁ ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଏବଂ ନାଗରିକ ସଂଗଠନଗୁଡିକୁ ଆମନ୍ତ୍ରଣ କରୁଛି ।”

ଜଳଭାବ ବ୍ୟତୀତ ଜଳସ୍ତରରେ ଦ୍ରୁତ ହ୍ରାସ ମଧ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇ କୁହାଯାଇଛି ଯେ ଓଡ଼ିଶାର ୨୪ଟି ଜିଲାରେ ଭୂତଳ ଜଳ ସ୍ତର ଆଗାମୀ ଦଶନ୍ଧି ସୁଦ୍ଧା ୨ ମିଟରରୁ ଅଧିକ ହ୍ରାସପାଇବ । ଭୂତଳ ଜଳର ସ୍ଥାୟୀ ପରିଚାଳନା ଦିଗରେ ଉଚିତ ପଦକ୍ଷେପ ନିଆନଗଲେ ସ୍ଥଜନସଂଖ୍ୟା ବୃଦ୍ଧି ସହିତ ପରିସ୍ଥିତି ଅଧିକ ଖରାପ ହୋଇପଡିବ । ଏହି ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅଧିକାର ମାଇକ୍ରୋଫାଇନାନ୍ସ ମଧ୍ୟ ଓଡ଼ିଶାର  ବିଭିନ୍ନ ଜିଲାରେ ହ୍ରାସ ପାଉଥିବା ଭୂତଳ ଜଳସ୍ତରରେ ଉନ୍ନତି ସାଧନ ଦିଗରେ କାର୍ଯ୍ୟ କରୁଛି । ୱାଟର ଡଟ୍‍ ଓଆରଜି ସହିତ ମିଶି ଅଧିକାର ମାଇକ୍ରୋଫାଇନାନ୍ସ ଏକ କୃତ୍ରିମ ଭୂତଳ ଜଳ ଭରଣା କାର୍ଯ୍ୟକ୍ରମ ଆରମ୍ଭ କରିଛି । କୃତ୍ରିମ ଭୂତଳ ଜଳ ଭରଣା ୟୁନିଟଗୁଡିକର ନିର୍ମାଣ ଦ୍ୱାରା ଭବିଷ୍ୟତରେ ଭୂତଳ ଜଳସ୍ତର ବୃଦ୍ଧିରେ ତାହା ବହୁଳ ଭାବରେ ସହାୟକ ହେବା ଆଶା କରାଯାଉଛି । 


Powered by Froala Editor

Tags adhikar microfinance

Related articles Odisha News Lens 4.1

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15267
    Aug 01, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14566
    Aug 01, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15851
    Jul 31, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14181
    Jul 31, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14890
    Aug 01, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା
    ଦେଶ-ଦେଶାନ୍ତର

    ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14460
    Jul 31, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15512
    Aug 02, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13915
    Aug 01, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14456
    Jul 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15267
    Aug 01, 2026
  • ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର ...

    14181
    Jul 31, 2026
  • ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13424
    Aug 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17012
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17617
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17670
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18071
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15512
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14456
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14371
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15993
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15879
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14181
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14246
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15032
    Jul 28, 2026
  • ଫିକା ପଡିବ ସୁନାର ଚମକ

    14133
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15512
    Aug 02, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14181
    Jul 31, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14456
    Jul 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In