Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି

ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି

2021-05-19 07:02:50
16434
Share:
Facebook
Twitter
E-Mail
WhatsApp
Telegram
ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି


ବଲାଙ୍ଗୀର: ଦେଶର ଅନେକ ଭାଗ ଭଳି ଓଡ଼ିଶାର କେବିକେ (କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି)ର ଅଧିକାଂଶ ଜିଲା ଅନେକ ସମୟରେ ଗୁରୁତର ଜଳ ସଙ୍କଟ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ତାପମାତ୍ରା ଶୀର୍ଷରେ ପହଞ୍ଚିବାବେଳେ ଅଧିକାଂଶ ନଳକୂପ ଏବଂ କୂପ ଆଦି ଶୁଷ୍କ ହୋଇଯାଇଥାଏ ଏବଂ ତଦ୍ଦ୍ୱାରା ଜଳଭାବ ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଥାଏ । ଏଭଳି ପରିସ୍ଥିତି ବିଶେଷକରି ଓଡ଼ିଶାର ପାର୍ବତ୍ୟ ଏବଂ ପଛୁଆ ଅଞ୍ଚଳରେ ସାଧାରଣ ଘଟଣା ।

ଏତଦ୍‍ବ୍ୟତୀତ ମିଳୁଥିବା ପାଣି ମଧ୍ୟ ପିଇବା ପାଇଁ ନିରାପଦ ନୁହେଁ । ୨୦୧୯ ନଭେମ୍ବରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ରିପୋର୍ଟରୁ ଜଣାଯାଇଥିଲା ଯେ ଓଡ଼ିଶାର ୩୦ ଜିଲା ମଧ୍ୟରୁ ୧୫ଟି ଜିଲାରେ ପାନୀୟ ଜଳ ପ୍ରଦୂଷିତ । ବଲାଙ୍ଗୀରରେ ୪୦ଟି ଜନବସତିରୁ ସଂଗୃହୀତ ନମୁନା ମଧ୍ୟରୁ ୩୨ଟି ଜନବସତି ନମୁନାରେ ପାନୀୟ ଜଳ ନିରାପଦ ନଥିବା ଲକ୍ଷ୍ୟ କରାଯାଇଥିଲା । 

ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଉପଲବ୍ଧ ସୁଗମ କରାଇବା ଲକ୍ଷ୍ୟରେ ଅଧିକାର ମାଇକ୍ରୋ ଫାଇନାନ୍ସ ଏକ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ବିକଶିତ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ଅଧିକାର ମାଇକ୍ରୋଫାଇନାନ୍ସ ବନ୍ଧକମୁକ୍ତ ଋଣ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀକୁ ପ୍ରଦାନ କରୁଛି ଯାହା ସେମାନଙ୍କୁ ଏକ ବୋର୍‍ୱେଲ ନିର୍ମାଣ ଦିଗରେ ସହାୟତା କରିବ, କାରଣ ବ୍ୟକ୍ତିଗତ ପରିବାରଗୁଡିକ ବୋର୍‍ୱେଲ ଖନନରେ ପୁଞ୍ଜି ଖଟାଇବା କଷ୍ଟକର । 

ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ବଲାଙ୍ଗୀର ଜିଲା ଭଟଲି ପଞ୍ଚାୟତର ପାଞ୍ଚଟି ମହିଳା ପରିବାର ଅଧିକାର ମାଇକ୍ରୋଫାଇନାନ୍ସ ସହିତ ଯୋଗାଯୋଗ କରିଥିଲେ । ଅଧିକାର ମାଇକ୍ରୋଫାଇନାନ୍ସର କ୍ଷେତ୍ର କର୍ମଚାରୀଙ୍କ ସହାୟତାରେ ସେମାନେ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀ ଗଠନ କରିଥିଲେ, ଯାହାର ନାମ ବଜରଙ୍ଗବାଲି ମହିଳା ଗୋଷ୍ଠୀ ଏବଂ ତାହା ଜରିଆରେ ସେମାନେ ୧ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ । 

ଉକ୍ତ ପାଣ୍ଠି ଅର୍ଥକୁ ବୋର୍‍ୱେଲ ଖନନ, ବିଦ୍ୟୁତକରଣ, ପାଣି ପମ୍ପ ସ୍ଥାପନ ଏବଂ ସଦସ୍ୟ ପରିବାରଗୁଡିକୁ ପାଇପ ସଂଯୋଗ ଆଦିରେ ଖର୍ଚ୍ଚ କରାଯାଇଥିଲା । ଏବେ ପ୍ରତିଦିନ ପରିବାରଗୁଡିକ ସେମାନଙ୍କ ଘରୋଇ ବ୍ୟବହାର ନିମନ୍ତେ ୭୫୦ ଲିଟର ପାଣି ପାଇପାରୁଛନ୍ତି । ବୋର୍‍ୱେଲ ବର୍ଷତମାମ ସ୍ୱଚ୍ଛ ପାଣି ଯୋଗାଇବା ସହିତ ସେମାନଙ୍କର ସମୟ ମଧ୍ୟ ବଞ୍ଚାଉଛି । 

ଆଧାର ମାଇକ୍ରୋଫାଇନାନ୍ସ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରି ଜଣେ ସଦସ୍ୟା କହିଛନ୍ତି, “ପୂର୍ବରୁ ଗ୍ରାମର ସର୍ବସାଧାରଣ କୂଅରୁ ପାଣି ଆଣିବାକୁ ମୋତେ ଅନେକ ସମୟ ଅପଚୟ କରିବାକୁ ପଡୁଥିଲା । ଜଣେ ଦିନ ମଜୁରିଆ ହୋଇଥିବାରୁ ଏହା ମୋର ଆୟ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଥିଲା । ଅଧିକାର ମାଇକ୍ରୋଫାଇନାନ୍ସର ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମକୁ ଧନ୍ୟବାଦ, ମୁଁ ଏବେ ସୁସ୍ଥ ଏବଂ ସ୍ଥିର ଜୀବନ ନିର୍ବାହ କରିପାରୁଛି ।”

ଅଧିକାର ମାଇକ୍ରୋଫାଇନାନ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ମହମ୍ମଦ ଏନ ଅମିନ୍‍ କହିଛନ୍ତି, “ଗ୍ରାହକଙ୍କର ଆସ୍ଥା ଓ ବିଶ୍ୱାସ ଜିତି ଅଧିକାର ମାଇକ୍ରୋଫାଇନାନ୍ସ ଜନସାଧାରଣଙ୍କୁ ଜଳ, ପରିମଳ ଏବଂ ସ୍ୱାସ୍ଥ୍ୟରକ୍ଷା ଭଳି ମୌଳିକ ଆବଶ୍ୟକତାର ସୁଯୋଗ ଅନେକ ଗ୍ରାମାଞ୍ଚଳ ପରିବାର ପାଇଁ ଏକ ବାସ୍ତବତାରେ ପରିଣତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟକରୁଛି ।  ସରକାରୀ ଜଳ ଯୋଗାଣ ଯଥେଷ୍ଟ ହେଉନଥିବାବେଳେ ଦରିଦ୍ର ଲୋକମାନେ ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଅଧିକାର ଦ୍ୱାରା ଏଭଳି ଏକ ପ୍ରୟାସ ପ୍ରତିଫଳିତ କରୁଛି ଯେ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଦ୍ୱାରା ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ଉପଲବ୍ଧତା ଅନେକ ଦରିଦ୍ର ପରିବାର ପାଇଁ ଏକ ବାସ୍ତବତା ହୋଇପାରିବ । ତେଣୁ ଓଡ଼ିଶାର ସମସ୍ତ ପରିବାର ପାଇଁ ସ୍ୱଚ୍ଛ ଜଳ ଉପଲବ୍ଧ କରାଇବା ଦିଗରେ ଆହୁରି ଅନେକ କିଛି କରିବାକୁ ବାକି ଥିବାବେଳେ ଏହି ଅଭିଯାନରେ ସାମିଲ ହେବାକୁ ମୁଁ ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଏବଂ ନାଗରିକ ସଂଗଠନଗୁଡିକୁ ଆମନ୍ତ୍ରଣ କରୁଛି ।”

ଜଳଭାବ ବ୍ୟତୀତ ଜଳସ୍ତରରେ ଦ୍ରୁତ ହ୍ରାସ ମଧ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇ କୁହାଯାଇଛି ଯେ ଓଡ଼ିଶାର ୨୪ଟି ଜିଲାରେ ଭୂତଳ ଜଳ ସ୍ତର ଆଗାମୀ ଦଶନ୍ଧି ସୁଦ୍ଧା ୨ ମିଟରରୁ ଅଧିକ ହ୍ରାସପାଇବ । ଭୂତଳ ଜଳର ସ୍ଥାୟୀ ପରିଚାଳନା ଦିଗରେ ଉଚିତ ପଦକ୍ଷେପ ନିଆନଗଲେ ସ୍ଥଜନସଂଖ୍ୟା ବୃଦ୍ଧି ସହିତ ପରିସ୍ଥିତି ଅଧିକ ଖରାପ ହୋଇପଡିବ । ଏହି ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅଧିକାର ମାଇକ୍ରୋଫାଇନାନ୍ସ ମଧ୍ୟ ଓଡ଼ିଶାର  ବିଭିନ୍ନ ଜିଲାରେ ହ୍ରାସ ପାଉଥିବା ଭୂତଳ ଜଳସ୍ତରରେ ଉନ୍ନତି ସାଧନ ଦିଗରେ କାର୍ଯ୍ୟ କରୁଛି । ୱାଟର ଡଟ୍‍ ଓଆରଜି ସହିତ ମିଶି ଅଧିକାର ମାଇକ୍ରୋଫାଇନାନ୍ସ ଏକ କୃତ୍ରିମ ଭୂତଳ ଜଳ ଭରଣା କାର୍ଯ୍ୟକ୍ରମ ଆରମ୍ଭ କରିଛି । କୃତ୍ରିମ ଭୂତଳ ଜଳ ଭରଣା ୟୁନିଟଗୁଡିକର ନିର୍ମାଣ ଦ୍ୱାରା ଭବିଷ୍ୟତରେ ଭୂତଳ ଜଳସ୍ତର ବୃଦ୍ଧିରେ ତାହା ବହୁଳ ଭାବରେ ସହାୟକ ହେବା ଆଶା କରାଯାଉଛି । 


Powered by Froala Editor

Tags adhikar microfinance

Related articles Odisha News Lens 4.1

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    13889
    Oct 16, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15457
    Oct 15, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14287
    Oct 15, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13807
    Oct 15, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14627
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13795
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13730
    Oct 16, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14804
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14627
    Oct 15, 2026
  • ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13795
    Oct 16, 2026
  • ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13730
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17185
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17879
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17829
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18250
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14622
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14728
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15730
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14404
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14287
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13980
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15102
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15809
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13807
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13795
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13730
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In