ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ବାଛିଲେ ଏହି ଯୁବତୀ
ଜୟପୁରର ଜଣେ ଯୁବତୀ ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ରୂପରେ ବାଛିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ରାଜନୀତି ବିଜ୍ଞାନରେ ଏମ୍ଏ କରିଥିବା ପୂଜା ସିଂହ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତିକୁ ବିବାହ କରିଛନ୍ତି। ଏହି ବିବାହରେ ସେ ସମସ୍ତ ରୀତିନୀତି ପାଳନ କରିଛନ୍ତି।
ପୂଜା ଜୟପୁରର ଗୋବିନ୍ଦଗଡ଼ ଗ୍ରାମର ନରସିଂହପୂରାର ବାସିନ୍ଦା। ସେ ଡିସେମ୍ବର ୮ରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହରେ ୩୧୧ଜଣ ବରଯାତ୍ରୀ ଆସିଥିଲେ। ପୂଜାଙ୍କ ପିତାମାତା ଭଗବାନଙ୍କ ସ୍ବାଗତ କରିଥିଲେ। ବିବାହ ଶେଷରେ ପୂଜା ନିଜେ ସିନ୍ଦୂର ବଦଳରେ ଭଗବାନଙ୍କ ନାମର ଚନ୍ଦନ ନିଜ ସିନ୍ଥିରେ ଭରିଥିଲେ। ଏହାପରେ ଝିଅ ବିଦା ନୀତି ଅନୁଷ୍ଠିତ ହୋଇଥିଲା। ପୂଜାଙ୍କ ପରିବାର ତରଫରୁ କନ୍ୟାଦାନରେ ୧୧ ହଜାର ଟଙ୍କା ଦିଆଯାଇଥିଲା। ସେହିଭଳି ଭଗବାନଙ୍କୁ ଏକ ସିଂହାସନ ଏବଂ ପୋଷାକ ଉପହାର ଭାବେ ଦିଆଯାଇଥିଲା। ଏହି ପଦକ୍ଷେପକୁ ନେଇ ତାଙ୍କୁ 'କଳିଯୁଗର ମୀରା' ବୋଲି କୁହାଯାଉଛି।
Powered by Froala Editor