ଚୁକ୍ତି ସମ୍ପୂର୍ଣ୍ଣ, ପହଞ୍ଚିଲା ଶେଷ ରାଫେଲ
ଚୁକ୍ତି ଅନୁସାରେ ଫ୍ରାନ୍ସରୁ ଭାରତୀୟ ବାୟୁ ସେନାକୁ ୩୬ଟି ଯୁଦ୍ଧ ବିମାନ ମିଳିବା ସମ୍ପୂର୍ଣ୍ଣ ହୋଇଛି। ଫ୍ରାନ୍ସରୁ ଉଡ଼ାଣ ଭରି ଗୁରୁବାର ୩୬ ନମ୍ବର ତଥା ଶେଷ ରାଫେଲଟି ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ଯୁଦ୍ଧ ବିମାନ ପହଞ୍ଚିବା ପରେ ଅଧିକ ଉତ୍ସାହିତ ହୋଇଛି ଭାରତୀୟ ବାୟୁସେନା। ଏନେଇ ଆଇଏଏଫ ପକ୍ଷରୁ ଏକ ଟ୍ୱିଟ କରାଯାଇଛି। ପଶ୍ଚିମବଙ୍ଗର ହାସିମାରା ଏୟାର ବେସରେ ଏହି ରାଫେଲକୁ ଲ୍ୟାଣ୍ଡ କରାଯାଇଛି । ଏହାସହ ଫ୍ୟାନ୍ସ ସହିତ ହୋଇଥିବା ରାଫେଲ ଚୁକ୍ତି ଶେଷ ହୋଇଛି ।
ସୂଚନାଯୋଗ୍ୟ, ପ୍ରଥମ ରାଫେଲ ଯୁଦ୍ଧ ବିମାନ ଗତବର୍ଷ ଜୁଲାଇରେ ଭାରତ ଆସିଥିଲା । ୩୬ ତମ ତଥା ଶେଷ ରାଫେଲ ବିମାନ ଭାରତ ପହଞ୍ଚିବା ପାଇଁ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିବା ପରେ ୟୁଏଇ ଏୟାରକ୍ରାପ୍ଟରୁ ଆକାଶରେ ଇନ୍ଧନ ଭରିଥିଲା ଓ ଏହାପରେ ଭାରତରେ ଲ୍ୟାଣ୍ଡ କରିଥିଲା । ସୂଚନାଯୋଗ୍ୟ, ମୋଦି ସରକାର ୨୦୧୬ରେ ଫ୍ରାନ୍ସ ସହ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସହ ଫ୍ରାନ୍ସ ନିକଟରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବାକୁ ଚୁକ୍ତି କରିଥିଲେ ।
Powered by Froala Editor