ବିଜେପି ନେତାଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ
ପଶ୍ଚିମବଙ୍ଗର ଆସାନସୋଲରେ ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସମୟରେ ବୁଧବାର ଦଳଚକଡା ହୋଇଛି। କମ୍ବଳ ନେବାକୁ ଆସି ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପୂର୍ବତନ ଆସାନସୋଲ ମେୟର ତଥା ବିଜେପି ନେତା ଜିତେନ୍ଦ୍ର ତେୱାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିବା ପୁଲିସ କହିଛି। ଅତ୍ୟଧିକ ଭିଡ଼ ହେତୁ ତିନିଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।
ଆସାନସୋଲ ପୁଲିସର ସୂଚନା ଅନୁସାରେ, ବିଜେପି ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ନଥିଲା। ପୁଲିସର ଅନୁମତି ବିନା ଏକ ରାଲି ଆୟୋଜନ ପାଇଁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦାୟୀ କରିଛନ୍ତି।
Powered by Froala Editor