୧୭ ବର୍ଷର ବାଳିକାକୁ ଏସିଡ୍ ଫିଙ୍ଗିବା ଘଟଣା: ୩ ଅଭିଯୁକ୍ତ ଗିରଫ
ଜଣେ ୧୭ ବର୍ଷର ବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଡିସିପି ଏମ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଭଉଣୀ କହିଛନ୍ତି ଯେ, ମୁଁ ଆଉ ମୋ ଭଉଣୀ ଆଜି ସକାଳେ ସ୍କୁଲ ଯାଉଥିଲୁ। ଏହି ସମୟରେ ୨ ଜଣ ବାଇକ୍ ଚାଳକ ଆସି ତାଙ୍କ ଭଉଣୀଙ୍କ ମୁହଁକୁ ଏସିଡ୍ ଫିଙ୍ଗିଥିଲେ। ହଠାତ୍ ମୁଁ ତାଙ୍କ ଚିତ୍କାର ଶୁଣିଲି। ମୁଁ ବିବ୍ରତ ହୋଇ ବାପାଙ୍କୁ ଫୋନ୍ କରି ଡାକିଲି। ଏହା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ନାବାଳିକା ଜଣକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସେମାନେ ଆସିଥିବା ବାଇକରେ କୌଣସି ନମ୍ବର ପ୍ଲେଟ୍ ନଥିଲା।
ସ୍ବତନ୍ତ୍ର ସିପି ସାଗରପ୍ରୀତ ହୁଡା କହିଛନ୍ତି, ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଏବଂ ହର୍ଷିତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା, ତା'ପରେ ତାଙ୍କ ସହ-ଅଭିଯୁକ୍ତ ବିରେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ କିଣିଥିଲେ।
ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏସିଡ୍ ଆକ୍ରମଣର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏସିଡ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
Powered by Froala Editor