ଫୋନ କଲରେ ଶରଦ ପାୱାରଙ୍କୁ ହତ୍ୟା ଧମକ
ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିଛି । ଫୋନ କଲରେ ପାୱାରଙ୍କୁ ହତ୍ୟା ଧମକ ମିଳିଥିବା ପୁଲିସରେ ଅଭିଯୋଗ ହୋଇଛି । ଫୋନ କଲ କରିଥିବା ବ୍ୟକ୍ତି ଜଣଙ୍କ ବିହାରର ହୋଇଥିବା ଜଣାପଡିଛି ।
ସେ ପାୱାରଙ୍କ ସିଲଭର ଓକ୍ ବାସଭବନକୁ ଦ୍ୱିତୀୟ ଥର ଫୋନ କରି ହତ୍ୟା ଧମକ ଦେଇଛି । ପୂର୍ବରୁ ପୋଲିସ୍ ଏହି ମାମଲାରେ ଅଭିଯୁକ୍ତକୁ ଛାଡି ଦେଇଥିଲା । ବ୍ୟକ୍ତି ଜଣଙ୍କ ଏନସିନି ମୁକ୍ୟଙ୍କୁ ଧମକ ଦେଇ କହିଛି ଯେ, ସେ ତାଙ୍କୁ ମୁମ୍ବାଇରେ ହତ୍ୟା କରିବ । ଆଇପିସିର ଧାରା ୨୪୯ ଏବଂ ୫୦୬ରେ ଏନେଇ ମାମଲା ରୁଜୁ ହୋଇଛି ।
Powered by Froala Editor