ବିଶ୍ୱର ୧ମନ୍ୱର ଧନୀ ବେର୍ନାର୍ଡ ଆରନଲ୍ଟ
ୱାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆଉ ବିଶ୍ୱର ୧ନମ୍ବର ଧନୀ ନୁହଁନ୍ତି । ତାଙ୍କ ସମ୍ପତ୍ତି ଏବେ ହ୍ରାସ ପାଇବା ଆରମ୍ଭ ହୋଇଛି । ସେ ଦୀର୍ଘବର୍ଷ ହେଲାଣି ବିଶ୍ୱର ୧ମନ୍ୱର ଧନୀ ଥିଲେ । ସେ ୨ନମ୍ବରକୁ ଖସିବାରୁ ଫ୍ରାନ୍ସ କୋଟପତି ତଥା ଏଲଭିଏମଚର ମାଲିକ ବେର୍ନାର୍ଡ ଆରନଲ୍ଟ ୧ନମ୍ବର ସ୍ଥାନ ଦଖଲ କରିଛନ୍ତି।
ଏକଦା ୩୪୦ ବିଲିୟନ ଡଲାରର ମାଲିକ ଥିବା ମସ୍କ ଚଳିତ ବର୍ଷ ୧୦୦ ବିଲିୟନରୁ ଅଧିକ ଡଲାରର କ୍ଷତି ସହିଛନ୍ତି । ବିଶେଷ କରି ଟ୍ୱିଟରକୁ କିଣିବା ପରେ ତାଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି । ସେହିପରି ସେ ଟ୍ୱିଟର ଉପରେ ବେଶୀ ଫୋକସ କରୁଥିବାରୁ ଟେସଲାର ଶେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହାର ଫାଇଦା ଆରନଲ୍ଟ ଉଠାଇଛନ୍ତି । ଏଲଭିଏମଚ୍ର ଶେୟାର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।
ତଥ୍ୟ ଅନୁଯାୟୀ, ଏବେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୧ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ପାଖରେ ୧୬୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଭାରତର ଗୌତମ ଆଦାନୀ ପୂର୍ବଭଳି ୧୨୫ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ଆମାଜନର ମୁଖ୍ୟ ଜେଫ ବୋଜେସ ଓ ବିଲ ଗେଟ୍ସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୬ ବିଲିୟନ ଡଲାର । ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ମୋଟ ୮୯.୭ ବିଲୟନ ଡଲାର ସହ ୯ମ ସ୍ଥାନରେ ଅଛନ୍ତି । ଭାରତ ଶିବ ନାଦର ୪୯ତମ ସ୍ଥାନରେ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୪.୭ ବିଲିୟନ ଡଲାର।
Powered by Froala Editor