ଏବେ ଚର୍ଚ୍ଚାରେ ନୀତିଶଙ୍କ ବୟାନ, କ’ଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ : ବିହାର ରାଜନୀତିରେ ଆଗକୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଗକୁ ମହାମେଣ୍ଟର ନେତୃତ୍ୱ ନେବା ସହ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ନେବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସଙ୍କେତ ଦେଇଛନ୍ତି । ମହାମେଣ୍ଟର ବିଧାୟକମାନଙ୍କ ଏକ ବୈଠକରେ ନୀତିଶ କହିଛନ୍ତି ଯେ, ତେଜସ୍ୱୀଙ୍କ ନେତୃତ୍ୱରେ ହିଁ ଆଗକୁ ମହାମେଣ୍ଟ ପରିଚାଳିତ ହେବ । ଏବଂ ରାଜ୍ୟର ବିକାଶ କାର୍ଯ୍ୟକୁ ସେ ଆଗେଇ ନେବେ ।
ବିଜେପିକୁ ସମାଲୋଚନା କରି ନୀତିଶ କହିଛନ୍ତି ଯେ, ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟରେ ତାଙ୍କୁ କେନ୍ଦ୍ର ସହଯୋଗ ମିଳୁନାହିଁ ଏବଂ କେନ୍ଦ୍ରରେ ବିଜେପି କ୍ଷମତାରେ ଥିବା ପର୍ଯ୍ୟନ୍ତ ଏହା ହୋଇପାରିବ ନାହିଁ । ନୀତିଶ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପାଇଁ ମୋର କୌଣସି ଯୋଜନା ନାହିଁ । କେବଳ କେନ୍ଦ୍ରରୁ ବିଜେପିକୁ ହଟାଇବା ହିଁ ମୋର ଲକ୍ଷ୍ୟ । ତେବେ ଆଗକୁ ତେଜସ୍ୱୀ ହିଁ ବିହାରରେ ବିକାଶ କାର୍ଯ୍ୟକୁ ଆଗେଇ ନେବେ ବୋଲି ନୀତିଶଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବଡ ପ୍ରସ୍ତୁତି କରିବା ନିମନ୍ତେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁୁ ଇସ୍ତପା ଦେିଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor