ଭାରତୀୟ ଅର୍ଥନୀତିକୁ ଅର୍ଥମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଟଙ୍କାକୁ ପ୍ରଶଂସା କରିଛନ୍ତି । ବିଶ୍ୱର ଅନ୍ୟ ଏକ ମୁଦ୍ରା ତୁଳନାରେ ଟଙ୍କା ଏବେ ଦୃଢ ରହିଛି ବୋଲି ସେ ସଂସଦରେ କହିଛନ୍ତି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ ଏହାର ବିଦେଶୀ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରିଛି । ବିଶ୍ୱର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଅର୍ଥମନ୍ତ୍ରୀ ଭାରତୀୟ ଅର୍ଥନୀତିକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଅର୍ଥନୀତିରେ ଅଭିବୃଦ୍ଧିକୁ ଦେଖି କିଛି ଲୋକ ଅସହିଷ୍ଣୁ ହୋଇ ପଡୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିରୋଧୀଙ୍କୁ ଏହାକୁ ନେଇ ସମସ୍ୟା ରହିଛି । ଭାରତର ଅଭିବୃଦ୍ଧିକୁ ନେଇ ସମସ୍ତେ ଗର୍ବ କରିବା ଆବଶ୍ୟକ । ମାତ୍ର କିଛି ଲୋକ ଏହାକୁ ନେଇ ଅଟ୍ଟ ହାସ୍ୟ କରୁଛନ୍ତି । ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ପ୍ରାରମ୍ଭିକ କାରବାରରେ ଡଲାର ତୁଳନାରେ ବିନିମୟ ମୂଲ୍ୟ ୩୫ପଇସା ହ୍ରାସ ହୋଇ ୮୨.୬୩ ସ୍ତରରେ ରହିଛି ।
Powered by Froala Editor