୫୧ ବର୍ଷରେ ପୁଣି ବାପା ହେଲେ ମନୋଜ ତିୱାରୀ
ତୃତୀୟ ଥର ବାପା ହେଲେ ମନୋଜ ତିୱାରୀ। ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମନୋଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନୋଜ କହିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦଦାୟକ ଯେ, ଲକ୍ଷ୍ମୀଙ୍କ ପରେ ସରସ୍ବତୀ ମୋ ଘରକୁ ଆସିଛନ୍ତି।
ଆଜି ଘରେ ଏକ ସୁନ୍ଦର ଝିଅ ଜନ୍ମ ହୋଇଛି । ଆପଣ ସମସ୍ତେ ତାଙ୍କୁ ଆଶୀର୍ବାଦ କରନ୍ତୁ। କିଛି ଦିନ ପୂର୍ବରୁ ୫୧ ବର୍ଷିୟ ମନୋଜ ତିୱାରୀ ସ୍ତ୍ରୀ ସୁରଭିଙ୍କ 'ବେବି ସାୱର'ର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।
ମନୋଜ ତିୱାରୀ ଯିଏ ଅନେକ ବର୍ଷ ଧରି ଭୋଜପୁରୀ ସିନେମାରେ ରାଜ୍ କରିଥିଲେ। ପରେ ଅଭିନୟ ଛାଡ଼ି ସେ ରାଜନୀତିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେଇ ସେ ଜଣେ ଶକ୍ତିଶାଳୀ ରାଜନେତା ଭାବେ ଉଭା ହୋଇଥିଲେ। ବିଜେପି ଦିଲ୍ଲୀ ରାଜ୍ୟ ସଭାପତିଙ୍କ ଦାୟିତ୍ୱ ଗ୍ରହଣ କରିବାଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ସେ ପେସାଦାର ଜୀବନରେ ଅନେକ ଭୂମିକା ଗ୍ରହଣ କରିଛନ୍ତି। କିନ୍ତୁ ଏବେ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।
ସୁରଭି ମନୋଜ ତିୱାରୀଙ୍କ ଦ୍ୱିତୀୟ ସ୍ତ୍ରୀ ଏବଂ ସେମାନଙ୍କ ପ୍ରଥମ ଝିଅ ୨୦୨୦ରେ ଜନ୍ମ ହୋଇଥିଲା। ଏହାପୂର୍ବରୁ ମନୋଜ ତିୱାରୀ ୧୯୯୯ରେ ରାନୀ ତିୱାରୀଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ରିତି ନାମକ ଏକ ଝିଅ ଅଛନ୍ତି। ବିବାହର ୧୧ ବର୍ଷ ପରେ ୨୦୧୨ରେ, ମନୋଜ ଏବଂ ରାନୀ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
Powered by Froala Editor