ଚୀନ ନାଗରିକ ରହୁଥିବା ହୋଟେଲରେ ବୋମା, ଗୁଳି ବର୍ଷଣ

ଆଫଗାନିସ୍ତାନ କାବୁଲର ଚୀନ ନାଗରିକ ରହୁଥିବା ଏକ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଯେଉଁଥିରେ କିଛି ଚୀନ ଲୋକ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଛି । ତେବେ ଏହି ଘଟଣାରେ କେତେ ଜଣ ଲୋକ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏହି ହୋଟେଲରେ ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା ଓ ପରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ବୋମା ବିସ୍ଫୋରଣ କରିବା ପରେ ହୋଟେଲ ଭିତରେ ପ୍ରବେଶ କରି ଗୁଳି ଚଳାଇଥିଲେ ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ କାବୁଲର ସହର-ଇ ନାଉ ଅଂଚଳରେ ଥିବା ଏକ ହୋଟେଲ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ହୋଟେଲରେ ଅଧିକାଂଶ ସମୟ ଚୀନର ନାଗରିକମାନେ ରହୁଥିବାରୁ ଏହାକୁ ଚାଇନିଜ୍ ହୋଟେଲ କୁହାଯାଏ । ଏହି ଆକ୍ରମଣ ପଛରେ କେଇଁ ସଂଗଠନ ଅଛି ତାହା ବି ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।
Powered by Froala Editor