ଆମେ ୭୦ ଦଶକର ମୂଳଦୂଆକୁ ହରାଇଦେଲୁ : କରନ୍
ବଲିଉଡ୍ରେ ରିମେକ୍ ତିଆରି ଉପରେ ଗୁରୁତ୍ୱ ଦିଆଯାଉଛି। ଏଣୁ ସିନେମାଜଗତ କ୍ଷତି ସହୁଛି। ଏହାକୁ ନେଇ ନିର୍ମାତା କରନ୍ ଜୋହର ବଡ ବୟାନ ଦେଇଛନ୍ତି। କରଣ ଜୋହର ବଲିଉଡ୍ର ବିଫଳତା ପାଇଁ ନିଜକୁ ଦାୟୀ କରିଛନ୍ତି।
ତାଙ୍କ କହିବାନୁସାରେ, ଏହି ବିଫଳତା ପାଇଁ ସେ ମଧ୍ୟ ଦାୟୀ ଅଟନ୍ତି। କିଛି ବର୍ଷ ମଧ୍ୟରେ ମନୋରଂଜନ କ୍ଷେତ୍ରରେ ଆଞ୍ଚଳିକ ସିନେମାର ପ୍ରଭାବ ବଢିଚାଲିଛି। ଫଳରେ ବଲିଉଡ୍ରେ କ୍ରମାଗତ ଭାବେ ଫିଲ୍ମଗୁଡିକ୍ ଫ୍ଲପ୍ ହେବାରେ ଲାଗିଛି। ଏହା ସହିତ ଚଳଚ୍ଚିତ୍ରର ରୋଜଗାରର ପ୍ରତିଶତ ମଧ୍ୟ ହ୍ରାସ ପାଇଛି। ସମ୍ପ୍ରତି ୟୁଟ୍ୟୁବ୍ର ଏକ ଚ୍ୟାନେଲ୍ରେ ଅନେକ ସେଲିବ୍ରିଟିଙ୍କ ସାକ୍ଷାତକାର ନିଆଯାଇଥିଲା। ଏଠି ବଲିଉଡ୍ ଫିଲ୍ମର ଫ୍ଲପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମୟରେ କରଣ ସ୍ୱୀକାର କରିଛନ୍ତି ଯେ ସେ ଏଥିପାଇଁ ମଧ୍ୟ ଦାୟୀ।
୭୦ ଦଶକ ପର୍ଯ୍ୟନ୍ତ ସେ ଅସଲ କାହାଣୀ ଏବଂ ଚରିତ୍ରକୁ ସମ୍ଭାଳି ଆସୁଥିଲେ। ହେଲେ ୮୦ ଦଶକରୁୁ ଦକ୍ଷିଣ ଭାରତୀୟ ସିନେମାର ରିମେକ୍ କରିବା ଆମେ ଆରମ୍ଭ କରିଦେଲୁ। ଏହାଛଡ଼ା ୯୦ ଦଶକରେ ଆମେ 'ହମ୍ ଆପ୍କେ ହେଁ କୌନ'ର ସଫଳତା ଦେଖି ଲଭଷ୍ଟୋରୀ ଉପରେ ଫିଲ୍ମ ନିର୍ମାଣ କରିବା ଆରମ୍ଭ କରିଦେଲୁ। ଏଣୁ ଏସବୁରେ ଦୋଷୀ ମୁଁ, କାରଣ ଏହିଭଳି ଆମେ ୭୦ ଦଶକର ମୂଳଦୂଆକୁ ହରାଇଦେଲୁ ବୋଲି କରନ୍ କହିଛନ୍ତି।
Powered by Froala Editor