ଇଟାରେ ଛେଚି ମାରିଲା, ବୁଦାମୂଳେରେ ଫିଙ୍ଗିଦେଲା ସ୍ୱାମୀ

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ବାମେବାରୀ ଥାନା ଅନ୍ତର୍ଗତ ଲଙ୍ଗାଲଟା ଗ୍ରାମରେ ଜଣେ ମହିଳାଙ୍କୁ ଇଟାରେ ଛେଚି ନିର୍ମମଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାପରେ ସମ୍ପ୍ରୁକ୍ତ ମହିଳାଙ୍କୁ ଘରଠାରୁ ୧କି.ମି ଦୂର ଖେଳପଡିଆର ଏକ ବୁଦା ମଧ୍ୟରେ ଫିଙ୍ଗି ଦିଆଯାଇଥିଲା । ମୃତ ମହିଳାଙ୍କ ନାଁ ରତନୀ ମୁଣ୍ଡା । ତେବେ ପୁଲିସ ସ୍ୱାମୀକୁ ସନ୍ଦେହ କରି ଅଟକ ରଖିଛି ।
ସୂଚନାରୁ ପ୍ରକାଶ ମୃତକ ରତନୀ ମୁଣ୍ଡାଙ୍କ ସ୍ୱାମୀ ମୁଟୁ ମୁଣ୍ଡା ବଡବିଲରେ ରହି କୌଣସିଠାରେ କାମ କରିଆସୁଥିଲେ । ତେବେ ମୁଟୁ ସବୁବେଳେ ପତ୍ନୀଙ୍କ ଉପରେ ସନ୍ଦେହ କରିଆସୁଥିଲେ । ଊଭୟ ନିକଟସ୍ଥ ହାଟକୁ ସଉଦା ଆଣିବାକୁ ଯାଇ ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଘର ନିକଟରେ ରକ୍ତ ପଡିଥିବା ଦେଖି ଭୁବନେଶ୍ୱରରେ ରହୁଥିବା ରତନୀଙ୍କ ପୁଅକୁ ଖବର ଦେଇଥିଲେ । ପୁଅ ସେଠାକୁ ଆସି ମା କୁ ପାଇନଥିଲା । ପରେ ସେ ବାମେବାରୀ ଥାନାରେ ଖବର ଦେଇଥିଲେ । ଘଟଣାକୁ ତଦନ୍ତ କରି ପୁଲିସ ଜାଣିବାକୁ ପାଇଥିଲା ଯେ, ମୁଟୁ ମୁଣ୍ଡା ହିଁ ରତନୀର ହତ୍ୟାକାରୀ । ରତନୀକୁ ଇଟାରେ ଛେଚି ହତ୍ୟାକରିଥିବା ସେ ସ୍ୱୀକାର କରିଛି ।
Powered by Froala Editor