ଖରାପ ମେକ୍ଅପ ଯୋଗୁଁ ଥାନାରେ ପହଞ୍ଚିଲେ କନ୍ୟା
ଟଙ୍କା ଖର୍ଚ୍ଚ କରି ମେକ୍ଅପ ହୋଇଥିଲେ । ହେଲେ ଖରାପ ମେକଅପ ଯୋଗୁଁ ସମସ୍ତେ ମଜାକ ଉଡାଇଲେ । ସେଥିପାଇଁ ଜଣେ ମହିଳା ଥାନାରେ ଯାଇ ପହଞ୍ଚିଛନ୍ତି। ଘଟଣାଟି ଡିସେମ୍ବର ୩ର ବୋଲି ଜଣାପଡିଛି।
ମଧ୍ୟପ୍ରଦେଶର ଜବଲପୁରର ରାଧିକା ସେନ ନିଜ ବିବାହ ମେକଅପ୍ ପାଇଁ ପାର୍ଲର ସହ ଯୋଗାଯୋଗ କରିଥିଲେ। ମେକଅପ୍ ପାଇଁ ୩୫୦୦ ଟଙ୍କା ଦେବାକୁ ମଧ୍ୟ କଥା ହୋଇଥିଲା। କିନ୍ତୁ ବିବାହ ଦିନ ପାର୍ଲ ସଞ୍ଚାଳିକା ମୋନିକା ପାଠକ ଅନୁପସ୍ଥିତ ଥିଲେ। ସେ ନିଜ କର୍ମଚାରୀଙ୍କୁ ରାଧିକାଙ୍କ ଘରକୁ ପଠାଇଥିଲେ। କିନ୍ତୁ ସେମାନେ ରାଧିକା ମେକଅପ୍ ନଷ୍ଟ କରିଦେଇଥିଲେ। ଏନେଇ ରାଧିକ ମୋନିକାଙ୍କୁ ଫୋନ ଯୋଗେ ପଚାରିବାରୁ ସେ ତାଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ରାଗିଯାଇ ରାଧିକା ଜବଲପୁରର କୋଟୱାଲି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ପୋଲିସ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇ ପାର୍ଲର ସଞ୍ଚାଳିକାଙ୍କୁ ପଚରାଉଚରା କରିବାକୁ ପ୍ରତିଶ୍ରୁତି ଦେଇଛି।
Powered by Froala Editor