ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଅବତାର-୨’

୨୦୦୯ରେ ମୁକ୍ତିଲାଭ କରିଥିବା ଆନିମେସନ ଫିଲ୍ମ 'ଅବତାର' ଦର୍ଶକଙ୍କୁ ପସନ୍ଦ ଆସିଥିଲା। ପ୍ରାୟ ୧୩ ବର୍ଷ ପରେ ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ ହେଉଛି। ୨୫୦ ନିୟୁତ ଡଲାରର ବଜେଟରେ 'ଅବତାର ୨' ପ୍ରସ୍ତୁତ କରାଯାଇଛି। 'ଅବତାର ୨'କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମ ଭାରତରେ ଡିସେମ୍ବର ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହାପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମଟି ରେକର୍ଡ ଭାଙ୍ଗିଛି। ରିଲିଜ ହେବାର ଦଶ ଦିନ ପୂର୍ବରୁ ଭାରତରେ 'ଅବତାର ୨' ପାଇଁ ୨ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। ଆଡଭାନ୍ସ ଟିକେଟ ବୁକିଂରେ ୮.୫୦ କୋଟି ରୋଜଗାର କରିଛି।
ସୂଚନା ଅନୁଯାୟୀ, ଅବତାରର ପ୍ରଥମ ପାର୍ଟ ପ୍ରାୟ ୨୩୭ ନିୟୁତ ଡଲାରର ବଜେଟରେ ପ୍ରସ୍ତୁତ ହୋଇଥିଲା। ଫିଲ୍ମ ସାରା ବିଶ୍ୱରେ ୨୦ ହଜାର ୩୬୮ କୋଟି ଟଙ୍କା ସଂଗ୍ରହ ହୋଇଥିଲା।
Powered by Froala Editor