ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା: କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କାର୍ୟ୍ୟାଳୟରେ ଚଢ଼ଉ କଲା ଭିଜିଲାନ୍ସ ଟିମ୍। ଏଥି ସହିତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଆଜି ସକାଳୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ସରକାରୀ କାର୍ୟ୍ୟାଳୟ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଖୋର୍ଦ୍ଧାରେ ସରକାରୀ କାର୍ୟ୍ୟାଳୟରେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ଅନ୍ୟାନ୍ୟ ଆସବାବପତ୍ର ଯାଞ୍ଚ କରୁଛି। ଏଥି ସହିତ ଏକ କାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି।
Powered by Froala Editor