ମା’କୁ ଘୋଷାରି ମାରିଲା ମଦୁଆ ପୁଅ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଖପରାଖାଇ ବସଷ୍ଟାଣ୍ଡ ନିକଟ ବସ୍ତିରେ ପୁଅ ମାଡରେ ମା ଗୁରୁତର ହେବା ଭଳି ଘଟଣା ନଜରକୁ ଆସିଛି । ବସ୍ତିର ହାର ବିନ୍ଧାଣି ଅନେକ ଦିନ ହେବ ସ୍ୱାମୀଙ୍କୁ ହରାଇବା ପରେ ପୁଅ ସହିତ ଘରେ ରହିଆସୁଥିଲେ । ହାରଙ୍କ ପୁଅ ଶର୍ମା ବିନ୍ଧାଣି ଅନେକ ଦିନ ହେବ ମଦ୍ୟପ ଅବସ୍ଥାରେ ବିଭିନ୍ନ ସମୟରେ ମା କୁ ମାରଧର କରୁଥିବା ଘଟଣା ଶୁଣିବାକୁ ମିଳିଛି । ସୋମବାର ଦିନ ମାଆ ଭାତ ଖାଇ ବସିଥିବା ସମୟରେ ପୁଅ ହଠାତ ଭାତ ଥାଳିକୁ ଫିଙ୍ଗି ଦେବା ସହିତ ମା କୁ ଗୋଡେଇ ଗୋଡେଇ ବାଡେଇଥିଲା । ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।
Powered by Froala Editor