ଋଣ ଟଙ୍କା ପାଇଁ ବାପାଙ୍କୁ ଲୋକ ଧମକାଉଥିଲେ, ଏମିତି କହି କାନ୍ଦିପକାଇଲେ ଆମୀର ଖାନ
ଯିଏ ଉପରକୁ ଉଠିଛି ସେ ନିଶ୍ଚୟ କଷ୍ଟ କରିଛି । ସବୁ ସଫଳତା ପଛରେ ବିଫଳତା ରହିଛି । ଏମିତି କହି କାନ୍ଦି ପକାଇଛନ୍ତି ଆମୀର ଖାନ । ଆମିର କହିଛନ୍ତି ଯେ ଯେତେବେଳେ ସେ ଛୋଟଥିଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଥିଲା। ତାଙ୍କ ପିତା ତାହିର ହୁସେନ ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ ତେଣୁ ସମସ୍ତେ ଅନୁମାନ କରିଥିଲେ ଯେ ସେ ନିଶ୍ଚିତ ଭାବରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବେ। ଅବଶ୍ୟ, ଏହା ସର୍ବଦା ହେଊ ନଥିଲା।
ତାଙ୍କୁ ପ୍ରାୟ ୧୦ ବର୍ଷ ହୋଇଥିଲା, ସେତେବେଳେ ପରିବାରକୁ କଠିନ ସମୟ ଦେଇ ଗତି କରିବାକୁ ପଡୁଥିଲା। ତାଙ୍କ ପିତା ଏକ ଫିଲ୍ମ ପାଇଁ ଋଣ ନେଇଥିଲେ। ମାତ୍ର ଫିଲ୍ମଟି ପ୍ରାୟ ଆଠ ବର୍ଷ ପର୍ଯ୍ୟନ୍ତ ତିଆରି ହୋଇପାର ନଥିଲା।
ସେ କହିଛନ୍ତି, ଆମକୁ ସବୁଠାରୁ ଅଧିକ ବ୍ୟଥିତ କରୁଥିବା ବିଷୟ ହେଉଛି ଅବା ଜାନଙ୍କ ସ୍ଥିତି। ତାଙ୍କୁ ଅସୁବିଧାରେ ଦେଖିବା ଅତ୍ୟନ୍ତ କଷ୍ଟଦାୟକ ଥିଲା କାରଣ ସେ ଟଙ୍କା ପାଇଁ ଫୋନରେ ଧମକ ପାଉଥିଲେ। ସେହି ଖରାପ ଦିନ ଗୁଡ଼ିକ ବିଷୟରେ କହି ଆମିରଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା।
Powered by Froala Editor