ଭାରତ ବିରୋଧରେ ଗର୍ଜିଲେ ପାକିିସ୍ତାନ ସେନା ମୁଖ୍ୟ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଗର୍ଜିଛନ୍ତି । ସେ କହିଛନ୍ତି ଯେ, ଯଦି ଆମ ଦେଶ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନୀ ଶସସ୍ତ୍ର ବଳ ଦେଶର ଇଂଚ ଇଂଚ ମାଟିର ସୁରକ୍ଷା କରିବା ସହ ଶତ୍ରୁର କଡା ସାମ୍ନା କରିବ’ । ଶନିବାର ଏଲଓସିର ରଖଚିକର ସେକ୍ଟରରେ ସୀମବର୍ତ୍ତୀ ଇଲାକା ପରିଦର୍ଶନ କରିବା ବେଳେ ଏଭଳି ବୟାନ ଦେଇଛନ୍ତି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ନିକଟରେ ଭାରତ ସରକାର ଜମ୍ମୁ-କାଶ୍ମୀ ଓ ବେଲୁଚିସ୍ତାନକୁ ନେଇ ଅତି ବେପରୁଆ ମନ୍ତବ୍ୟ ଦେଉଛନ୍ତି । କିନ୍ତୁ କହିରଖୁଛୁ, ପାକିସ୍ତାନ ସେନା ଆମ ମାତୃଭୂମିର ପ୍ରତି ଇଂଚ ମାଟିର ସୁରକ୍ଷା କରିବାକୁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ’ ।
Powered by Froala Editor