ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ
ଲକ୍ଷ୍ନୌ : ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସ୍କର୍ପିଓ ଓ ଭର୍ଣ୍ଣା କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଉତ୍ତରପ୍ରଦେଶର ହମିରପୁର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା ।
ସୂଚନା ଅନୁସାରେ ଆଜି ସକାଳୁ ବୁନ୍ଦେଲଖଣ୍ଡ ଜାତୀୟ ରାଜପଥରେ ସ୍କର୍ପିଓ କାର୍ ଓ ଅନ୍ୟ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଭର୍ଣ୍ଣା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍ ଓଲଟି ପଡିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପୁଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ପୁଲିସର କହିବା ଅନୁସାରେ ଫତେହପୁର ଜିଲ୍ଲାର ହରିହର ଗଞ୍ଜ ବାସିନ୍ଦା ଦୀପକ ମିଶ୍ରା ନିଜ ପଡୋଶୀ ଆଶିଷ କୁମାର, ଭାଉଜ ଓ ତାଙ୍କ ମା’ ଏବଂ ପଂଚାୟତ ସଚିବଙ୍କୁ ନେଇ ସ୍କର୍ପିଓ ଗାଡି ମଧ୍ୟପ୍ରଦେଶର ପିତାମ୍ବର ମହାରାଣୀଙ୍କ ଦର୍ଶନ ପାଇଁ ଯାଉଥିଲେ । ଏହି ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେରେ ହଠାତ୍ ସାମ୍ନା ପଟୁ ଦ୍ରୁତ ଗତିରେ ଏକ ଭର୍ଣ୍ଣା କାର୍ ଆସି ତାଙ୍କ ସ୍କର୍ପିଓକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ଓଲିଟି ପଡିଥିଲା । ଘଟଣାସ୍ଥଳରେ ପୋଲିସ୍ ତଦନ୍ତ ଜାରି ରଖିଛି ।
Powered by Froala Editor