ଧଳାଜହର ଜବତ, ୨ ଗିରଫ

ଭୁବନେଶ୍ୱର: କରୋନା ଲକଡାଉନ ସମୟରେ ଧଳା ଜହର ବ୍ୟବସାୟୀ ସକ୍ରିୟ ହୋଇଉଠିଛନ୍ତି । କିଛି ଦିନ ପରେ ପୁଲିସ ପୁଣି ଧଳା ଜହର ବ୍ୟବସାୟୀଙ୍କ ଧରିଛି । ଲକଡାଉନ ଓ ସଟଡାଉନ ବେଳେ ବ୍ୟବସାୟୀମାନେ ସେମାନେ ନିଜର ବ୍ୟବସାୟକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ କିନ୍ତୁ ତାହାକୁ ଭଣ୍ଡୁର କରିଦେଇଛି । ମଞ୍ଚେଶ୍ୱର ପୋଲିସ ୫୦ ଲକ୍ଷ ଟଙ୍କା ମୂଲ୍ୟର ୫୬୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଦନ କୁମାର ବେହେରା ଏବଂ ଏସ.କେ ମଞ୍ଜୁମ ବୋଲି ଜଣାପଡିଛି।
ଖବର ଅନୁଯାୟୀ, କୁଇକ୍ ଆକ୍ସନ୍ ଟିମ୍ ଓ ମଞ୍ଚେଶ୍ୱର ପୋଲିସର ମିଳିତ ଅପରେସନରେ ଚଢାଉରେ କରାଯାଇ ହାଇ-ଟେକ୍ ମେଡିକାଲ୍ ଛକରେ ଗାଡିଟିକୁ ଅଟକାଇ ଦୁଇଜଣ ବ୍ରାଉନସୁଗର ବେପାରୀଙ୍କୁ ଧରିଛନ୍ତି । ସେମାନେ ମାଛ ବେପାରୀ କହି ଏହି ରାକେଟ ଚଳାଇଥିଲେ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ପୋଲିସ ତାଙ୍କ ଗାଡିରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧,୯୦୦ ଟଙ୍କା ଜବତ କରିଛି।
Powered by Froala Editor