ଆଇସିଏମଆରର ପରାମର୍ଶ: ସାମାନ୍ୟ ଜ୍ୱରରେ ଖାଆନ୍ତୁନି ଆଣ୍ଟିବାୟୋଟିକ୍
ଭୁବନେଶ୍ୱର: ଲୋକଙ୍କୁ ଆଇସିଏମଆରର ପରାମର୍ଶ । ସାମାନ୍ୟ ଜ୍ୱରରେ ଖାଆନ୍ତୁନି ଆଣ୍ଟିବାୟୋଟିକ୍ । ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବାକୁ ବ୍ୟବହାର କରାଯାଉଥିବା ଆଣ୍ଟିବାୟୋଟିକ୍ ଔଷଧ ଖାଇବାକୁ ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ବା ଆଇସିଏମଆର ନୂଆ ଗାଇଡ଼ଲାଇନ ଆଣିଛି । ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ଭଳି ଅସୁସ୍ଥତାବେଳେ ଆଂଟିବାୟୋଟିକ ଠାରୁ ଦୂରେଇ ରହିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଚର୍ମ ଏବଂ ସପ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡ଼ାକ୍ତର ୫ ଦିନ ପାଇଁ ଆଣ୍ଟିବାୟୋଟିକ୍ ଲେଖିବାକୁ ଗାଇଡ଼ଲାଇନ ରହିଛି ।
ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ଼ ନିମୋନିଆ ପାଇଁ ୫ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ୟ୍ୟନ୍ତ ଆଣ୍ଟିବାୟୋଟିକ୍ ପ୍ରେସ୍କ୍ରାଇବ କରାଯାଇପାରିବ । ବହୁ ସଂଖ୍ୟାରେ ଲୋକେ ମନଇଚ୍ଛା ଭାଇରାଲ ଜ୍ୱର , କାଶ ଆଦିରେ ଆଣ୍ଟିବାୟୋଟିକ୍ ଖାଉଛନ୍ତି । ଏହାର ବିଭିନ୍ନ କୁପ୍ରଭାବ ଆମ ଶରୀର ଉପରେ ପଡୁଛି । ଏଥିପାଇଁ ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି ଏବଂ ରୋଗ ସୃଷ୍ଟକାରୀ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ହୋଇଥାଏ । ତେବେ ଏପରି ଅନେକ ସମସ୍ୟା ସୃଷ୍ଟି ହୋଇଥିବାରୁ ଏସବୁକୁ ଦୃଷ୍ଟିରେ ରଖି ଆଂଟିବାୟୋଟିକ ବ୍ୟବହାରକୁ ନେଇ ଗାଇଡ଼ଲାଇନ ଆଣିବା ଜରୁରୀ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।
Powered by Froala Editor