ଭେଟରାନ ଆକ୍ଟର ବିକ୍ରମ ଗୋଖଲେଙ୍କ ବିୟୋଗ

ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା ନିଶ୍ଚିତ ଯେ, ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି।
ଏହି କଠିନ ସମୟରେ ଆମେ ସମସ୍ତଙ୍କୁ ଶୁଭେଚ୍ଛା, ସମର୍ଥନ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଅଭିନେତାଙ୍କ ମୃତଦେହକୁ ବାଲ୍ ଗନ୍ଧର୍ବ ରଙ୍ଗ ମନ୍ଦିରକୁ ନିଆଯିବ ଏବଂ ସେଠାରେ ଶେଷକୃତ୍ୟ କରାଯିବ। ଅଭିନେତାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଅସୁସ୍ଥତା କାରଣରୁ କିଛି ଦିନ ହେଲା ପୁଣେରେ ଥିବା ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ଅବସ୍ଥା ମଧ୍ୟ ଧୀରେଧୀରେ ସୁଧୁରିବାରେ ଲାଗିଥିଲା। କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବା ଆରମ୍ଭ କରିଥିଲା। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ବିକ୍ରମ ଗୋଖଲେ ପରପାରିକୁ ଚାଲି ଯାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ବିକ୍ରମ ଗୋଖଲେ ଜୀ ଜଣେ ସୃଜନଶୀଳ ଏବଂ ବହୁମୁଖୀ ଅଭିନେତା ଥିଲେ। ତାଙ୍କର ଦୀର୍ଘ ଅଭିନୟ କ୍ୟାରିୟରରେ ଅନେକ ଆକର୍ଷଣୀୟ ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯିବ।
Powered by Froala Editor